ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୬ ଟି ୨୦ ବିଶ୍ୱକପ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ମେଗା ଇଭେଣ୍ଟ ଫେବୃଆରୀ ୭ରେ ଆରମ୍ଭ ହେବ, ଏବଂ ମାର୍ଚ୍ଚ ୮ରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ୨୦୨୬ ଟି୨୦ ବିଶ୍ୱକପ୍ରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ। ଦଳଗୁଡ଼ିକୁ ଚାରିଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଭାରତର ପାଞ୍ଚଟି ସ୍ଥାନରେ ଖେଳାଯିବ ଏବଂ ଶ୍ରୀଲଙ୍କାର ତିନୋଟି ସ୍ଥାନରେ ଆୟୋଜନ କରାଯିବ।
ଟି-୨୦ ବିଶ୍ଵକପର ପ୍ରଥମ ଦିନ ଫେବୃଆରୀ ୭ରେ ତିନୋଟି ମ୍ୟାଚ୍ ଖେଳାଯିବ। ପାକିସ୍ତାନ- ନେଦରଲ୍ୟାଣ୍ଡ, ଭାରତ-ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ସହିତ ମୁକାବିଲା କରିବ। ଟି-୨୦ ବିଶ୍ଵକପର ଫାଇନାଲ୍ ମାର୍ଚ୍ଚ ୮ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯିବ। ଯଦି ପାକିସ୍ତାନ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରେ, ତେବେ ଫାଇନାଲ୍ ମ୍ୟାଚ୍ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବ। ସେହିପରି, ସେମିଫାଇନାଲ ମ୍ୟାଚ୍ କୋଲକାତା ଏବଂ ମୁମ୍ବାଇରେ ଖେଳାଯିବ। ଯଦି ପାକିସ୍ତାନ ସେମିଫାଇନାଲକୁ ଉନ୍ନୀତ ହୁଏ, ତେବେ ଉକ୍ତି ସେମି ମୁକାବିଲା କଲମ୍ବୋରେ ଖେଳାଯିବ।
ଗ୍ରୁପ୍ ଏ - ଭାରତ, ପାକିସ୍ତାନ, ଆମେରିକା, ନେଦରଲ୍ୟାଣ୍ଡ ଏବଂ ନାମିବ୍ୟା।
ଗ୍ରୁପ୍ ବି - ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଆୟର୍ଲାଣ୍ଡ, ଜିମ୍ବାୱେ ଏବଂ ଓମାନ।
ଗ୍ରୁପ୍ ସି - ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ବାଂଲାଦେଶ, ନେପାଳ ଏବଂ ଇଟାଲୀ।
ଗ୍ରୁପ୍ ଡି - ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, କାନାଡା ଏବଂ UAE।
ଫେବୃଆରୀ ୧୫ରେ ଭାରତ-ପାକିସ୍ତାନ ମ୍ୟାଚ୍
ଟି-୨୦ ବିଶ୍ଵକପରେ ଫେବୃଆରୀ ୧୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯିବ। ଶ୍ରୀଲଙ୍କାର କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଦୁଇ ଦଳ ମୁହାଁମୁହିଁ ହେବେ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଟିମ୍ ଇଣ୍ଡିଆ ଫେବୃଆରୀ ୭ରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ।
ଭାରତର ମୋଟ ପାଞ୍ଚଟି ସ୍ଥାନରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ଏବଂ ଅହମ୍ମଦାବାଦରେ ୦୨୬ ଟି୨୦ ବିଶ୍ୱକପ୍ ଆୟୋଜନ କରାଯିବ। ଶ୍ରୀଲଙ୍କାରେ କଲମ୍ବୋର ଆର. ପ୍ରେମଦାସା ଏବଂ ଏସ୍. ସ୍ପୋର୍ଟସ୍ କ୍ଲବ୍ ଏବଂ କାଣ୍ଡିର ପାଲେକେଲେ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ଆୟୋଜନ କରିବ।
୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ
ଭାରତ ବନାମ ଆମେରିକା, ଫେବୃଆରୀ ୭, ମୁମ୍ବାଇ
ଭାରତ ବନାମ ନାମିବିଆ, ଫେବୃଆରୀ ୧୨, ଦିଲ୍ଲୀ
ଭାରତ ବନାମ ପାକିସ୍ତାନ, ଫେବୃଆରୀ ୧୫, କଲମ୍ବୋ
ଭାରତ ବନାମ ନେଦରଲ୍ୟାଣ୍ଡ ଫେବୃଆରୀ ୧୮, ଅହମ୍ମଦାବାଦ