ଗୌହାଟୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ ସିଡନୀରେ ଖେଳା ଯାଇଥିବା ଅଷ୍ଟ୍ରେଲିଆନ ଓପନ ସୁପର ୫୦୦ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଛନ୍ତି । ସେ ଦମଦାର ପ୍ରଦର୍ଶନ କରି ୪୭୫,୦୦୦ ଲକ୍ଷ ଡଲାରର ପୁରସ୍କାର ରାଶି ନିଜ ନାଁରେ କରିଛନ୍ତି । ଜାପାନର ୟୁଶି ତନାକାଙ୍କୁ ସିଧାସଳଖ ଗେମରେ ହରାଇ ଚଳିତ ବର୍ଷ ପ୍ରଥମ ସଫଳତା ହାସଲ କରିଛନ୍ତି ଲକ୍ଷ୍ୟ ସେନ । ଅନ୍ତର୍ଜାତୀୟ ମଞ୍ଚରେ ଦୀର୍ଘ ସମୟ ଧରି ଚାଲିଥିବା ଟାଇଟଲ ମରୁଡିର ଅନ୍ତ ଘଟାଇଛନ୍ତି ଏହି ତାରକା ବ୍ୟାଡମିଣ୍ଟନ ଖେଳାଳି । ପ୍ୟାରିସ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିବା ପରେ ଲକ୍ଷ୍ୟ ସେନ ଫର୍ମ ଓ ଲୟ ଉଭୟ ସହ ସଂଘର୍ଷ କରୁଥିଲେ ।
୨୪ ବର୍ଷୀୟ ଲକ୍ଷ୍ୟ ସେନ ଜାପାନର ୨୬ ବର୍ଷୀୟ ୟୁଶି ତନାକାଙ୍କୁ ଫାଇନାଲରେ ୩୮ ମିନିଟରେ ୨୧-୧୫, ୨୧-୧୧ ହରାଇ ଚାମ୍ପିଅନ ହୋଇଛନ୍ତି । ତାଙ୍କ ପାଇଁ ଏହି ଟାଇଟଲ୍ ବହୁତ ଗୁରୁତ୍ୱବହନ କରୁଛି । ଏହି ବିଜୟ ସହ ଲକ୍ଷ୍ୟ ପ୍ରାୟ ଦୁଇ ବର୍ଷ ପରେ ସୁପର ୫୦୦ ସ୍ତରର ଦୁଇଟି ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି । ଏହା ପୂର୍ବରୁ ସେ ୨୦୨୪ରେ ଲଖନଉରେ ସୈୟଦ ମୋଦୀ ଇଣ୍ଟରନ୍ୟାସନାଲ ସୁପର ୩୦୦ ଜିତିଥିଲେ । ତେବେ କାନାଡା ଓପନ ପରଠୁ ସେ କୌଣସି ବଡ ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍ କିମ୍ବା ସେମିରେ ପହଞ୍ଚି ପାରି ନ ଥିଲେ ।
ଏହି ସିଜିନରେ ବିଡବ୍ଲ୍ୟୁଏଫ ବିଶ୍ୱ ଟୁର ଜିତିଥିବା ଲକ୍ଷ୍ୟ ଦ୍ୱିତୀୟ ଭାରତୀୟ ଭାବେ ଅଷ୍ଟ୍ରେଲିଆ ଓପନର ସୁପର ୪୦୦ ଜିତିଛନ୍ତି । ଏହା ପୂର୍ବରୁ ଆୟୁଷ ସେଟ୍ଟୀ ୟୁଏସ ଓପନ ସୁପର ୩୦୦ରେ ନିଜର ପ୍ରଥମ ବଡ ଅନ୍ତର୍ଜାତ୍ୟୀ ଟାଇଟଲ୍ ଜିତିଥିଲେ । ସାତ୍ୱିକସାଇରାଜ ରେଙ୍କୀ ରେଡ୍ଡୀ ଓ ଚିରାଗ ସେଟ୍ଟୀ ମଧ୍ୟ ଚଳିତ ବର୍ଷ ଅନେକ ଫାଇନାଲରେ ପହଞ୍ଚିଥିଲେ । କିଦାମ୍ବି ଶ୍ରୀକାନ୍ତ ମାଲେସିଆ ମାଷ୍ଟର୍ସରେ ରନର୍ସଅପ ରହିଥିଲେ । ଏହା ପରେ ବ୍ୟାଡମିଣ୍ଟନରେ କୌଣସି ଭାରତୀୟ ବଡ ଟାଇଟଲ୍ ଜିତି ପାରି ନ ଥିଲେ । ଆଉ ଲକ୍ଷ୍ୟ ସେନ ଏହି ମରୁଡିର ଅନ୍ତ ଘଟାଇଛନ୍ତି ।
Also read: ଗୌହାଟୀ ଟେଷ୍ଟରେ ଭାରତ ଲାଚାର, ମୁଥୁସାମିଙ୍କ ଶତକ; ଦ. ଆଫ୍ରିକା ୪୨୦ ପାର