ଖୋର୍ଦ୍ଧା: କୁଅରେ ପଡ଼ି ଚାଲିଗଲା ହାତୀ ଛୁଆର ଜୀବନ। ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ ଅଧିନ ବନ୍ଧପଲ୍ଲା ଓ ଜଙ୍କିଆ ଗାଁ ନିକଟ କାଜୁ ଜଙ୍ଗଲରେ ଘଟିଛି ଏହି ଅଘଟଣ। କାଜୁ ଜଙ୍ଗଲର ଏକ ପରିତ୍ୟକ୍ତ କୁଅ ଭିତରେ ଛୁଆ ହାତୀ ମୃତଦେହ ଠାବ ହୋଇଛି। ମୃତ ହାତୀ ଛୁଆର ବୟସ ପାଖାପାଖ ୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଯାଇ ହାତୀ ଶାବକର ମୃତ୍ୟୁ ହୋଇଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ରଣପୁର ରେଞ୍ଜର ଓ କର୍ମଚାରୀ ପହଞ୍ଚି ହାତୀର ଉଦ୍ଧାର କରିଛନ୍ତି।
ଏହି ହାତୀ ଛୁଆଟି ଦେହରେ ଏକ କ୍ୟାମେରା ଲାଗିଥିଲା। ହାତୀ ଦେହରେ କ୍ୟାମେରା ଲଗାଯିବା ପରେ ବି କେଉଁ ଭଳି ଭାବରେ ବନ ବିଭାଗ ହାତୀ ମୃତ୍ୟୁର ଖବର ଜାଣି ପାରିଲା ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହାତୀ ମୃତ୍ୟୁ ପଛର କାରଣ ଜଣାପଡ଼ି ନାହିଁ। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ଅଧିକାରୀ କହିଛନ୍ତି।
ସୂଚନା ମୁତାବିକ ହାତୀ ପଲ ଜଙ୍ଗଲରେ ଯାଉଥିବା ବେଳେ ଛୁଆ ହାତୀଟି କୂଅରେ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ଗତ ୫ ଦିନ ତଳେ ୧୮ ଟିକିଆ ହାତୀ ପଲ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି କରି ବ୍ୟାପକ କ୍ଷୟକ୍ଷତି କରିଥିଲେ। ବନ ବିଭାଗ କର୍ମଚାରୀ ମାନେ ହାତୀ ପଲକୁ ଗାଁ ନିକଟରୁ ଘଉଡ଼ାଇବା ପାଇଁ ଲୋକେ ଦାବି କରି ଆସୁଥିଲେ। ହାତୀ ପଲକୁ ବନ ବିଭାଗ ଘଉଡ଼ାଇବା ସମୟରେ ଗୋଟିଏ ହାତୀ ଖୋଲା କୂଅରେ ପଡ଼ିଥିବା ସନ୍ଦେହ କରାଯାଉଛି। ବନ ବିଭାଗର ଅବହେଳାରୁ ହାତୀର ମୃତ୍ୟୁ ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ହାତୀଟି କିଭଳି କୂଅରେ ପଡି ରହି ମୃତ୍ୟୁବରଣ କଲା ବନ ବିଭାଗ ଜାଣି ପାରିଲାନାହିଁ ତାହା ସମସ୍ତଙ୍କୁ ଚକିତ କରିଛି। ତେବେ ହାତୀ ମୃତ୍ୟୁ ପଛର କାରଣ ଜଣାପଡ଼ି ନାହିଁ। ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ଅଧିକାରୀ କହିଛନ୍ତି।
ଅଧିକ ପଢନ୍ତୁ: ବାରିପଦାରେ ଖୁବ୍ ଶୀଘ୍ର ଖୋଲିବ ବିଶ୍ୱର ପ୍ରଥମ କଳାବାଘ ସଫାରୀ