ରାଉରକେଲା : ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କଲା ପୁଲିସ୍ । ଦୀର୍ଘ ଦିନ ହେଲା ବଣାଇ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ବଣାଇ ପୁଲିସ। ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବଣାଇ ଏସଡିପିଓ ଖବର ପାଇ ଟିମ୍ ଗଠନ କରି ଜାତୀୟ ରାଜପଥରେ ଜଗି ରହିଥିଲେ।
ସୂଚନା ଅନୁଯାୟୀ ଅପରାଧୀମାନେ ବାଇକରେ ଆସୁଥିବା ବେଳେ ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର ହୋଇଛି। ଚାନ୍ଦିପୋଷ ଥାନାର କୁଚେଇତା ଏବଂ ଲହୁଣୀପଡ଼ା ଥାନାର ଲାମ୍ଫସୀ ନିକଟରେ ୩ ଅପରାଧୀଙ୍କୁ ଏନକାଉଣ୍ଟର୍ ହୋଇଛି। ରାଉରକେଲା ସରକାରୀ ହସପିଟାଲରେ ଗୁରୁତର ୩ ଅପରାଧୀଙ୍କୁ ଭର୍ତ୍ତି କରାଯାଇଛି।
ପୋଲିସ୍ ଘଟଣାସ୍ଥଳରୁ ୩ଟି ପିସ୍ତଲ, କାର, ଦୁଇଟି ବାଇକ ଜବତ କରିଛି । ଏମାନେ ବାଙ୍କୋ, ବରସୁଆଁ, ଲଙ୍ଗଳକଟା ଅଞ୍ଚଳରେ ଆତଙ୍କ ଚଳାଇଥିଲେ । ଗତ ୨୦ ତାରିଖ ରାତିରେ କୋଇଡା ଅଞ୍ଚଳର ଏକ ପରିବହନ କାର୍ଯ୍ୟାଳୟରୁ ହୋଇଥିବା ୩ ଲକ୍ଷ ଟଙ୍କା ଡକାୟତରେ ଏମାନେ ସାମିଲ ଥିଲେ। ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଜଣଙ୍କୁ ମଧ୍ଯ ପୁଲିସ୍ ଗିରଫ କରିଛି ।