ନୂଆଦିଲ୍ଲୀ: ଆଜି ହେଉଛି 78ତମ ରାଷ୍ଟ୍ରୀୟଯୁବ ସେନା (NCC) ଦିବସ । ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଏନସିସି ଦିବସ ପାଳନ ହୋଇଯାଇଛି । ଏହା ସହ ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକରେ ଏକ ପୁଷ୍ପାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଏବଂ ଡିରେକ୍ଟର ଜେନେରାଲ NCC ଲେ.ଜେ ଵିରେନ୍ଦ୍ର ଭାଟସ୍ ସମଗ୍ର NCC ସଂଗଠନର ପକ୍ଷରୁ ସହିଦ ସୈନିକମାନଙ୍କୁ ସ୍ମରଣ କରି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।
ଏହା ସହ ତ୍ରିସେନାର ତିନି ଜଣ NCC କ୍ୟାଡେଟ ଝିଅ ମଧ୍ୟ ସହିଦମାନଙ୍କ ପାଇଁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ, ରକ୍ଷା ସଚିବ ଓ DG NCC ସହ ଉପସ୍ଥିତ ଅତିଥିମାନେ ଦିଲ୍ଲୀର ବିଭିନ୍ନ ବିଦ୍ୟାଳୟର NCC କ୍ୟାଡେଟମାନଙ୍କ ଦ୍ୱାରା ବ୍ୟାଣ୍ଡ ପ୍ରଦର୍ଶନ ଉପଭୋଗ କରିଥିଲେ, ଯାହା ଆୟୋଜନକୁ ଅଧିକ ଆନୁଷ୍ଠାନିକ ରୂପ ଦେଇଥିଲା।
ଏହି ରାଷ୍ଟ୍ରୀୟଯୁବ ସେନା (NCC) ୧୯୪୮ରେ ମାତ୍ର ୨୦୦୦୦ କ୍ୟାଡେଟ ସହ ଯାତ୍ରା ଆରମ୍ଭ କରିଥିଲା, ମାତ୍ର ଆଜି ୨୦ ଲକ୍ଷ କ୍ୟାଡେଟ ସହ ପୃଥିବୀର ସବୁଠାରୁ ବଡ଼ ଇଉନିଫର୍ମ୍ ପିନ୍ଧୁଥିବା ଯୁବ ସଂଗଠନ ଭାବେ ପରିଣତ ହୋଇଛି । ୨୦୧୪ ରୁ ୨୦୨୫ ପର୍ଯ୍ୟନ୍ତ ମାତ୍ର ୧୧ବର୍ଷରେ ୬ ଲକ୍ଷ ନୂତନ କ୍ୟାଡେଟ ଯୋଗ ହୋଇଛନ୍ତି। ଏବେ NCC ଦେଶର ୭୮୦ଟି ଜିଲ୍ଲାରୁ ୭୧୩ ଟି ଜିଲ୍ଲାରେ କାର୍ଯ୍ୟ କରୁଛି, ଯାହା ଏହାକୁ ଭାରତର ସବୁଠାରୁ ବିସ୍ତୃତ ଯୁବ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ ଭାବେ ସ୍ଥାପିତ କରେ ।
ଅଧିକ ପଢନ୍ତୁ: ବାଂଲାଦେଶରେ ପୁଣି ଭୂମିକମ୍ପ