ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଗ୍ରୁପ ପ୍ରାୟତଃ ଚୂଡାନ୍ତ ହୋଇ ସାରିଛି । ଏହି ଟୁର୍ଣ୍ଣାମେଣ୍ଟରେ ୨୦ଟି ଦଳ ଅଂଶଗ୍ରହଣ କରିବେ । ୫-୫ ଦଳ ଭାବେ ଚାରୋଟି ଗ୍ରୁପରେ ବିଭକ୍ତ କରାଯାଇଛି । ଏହି ଗ୍ରୁପ ଚୂଡାନ୍ତ ହୋଇ ସାରିଛି । ଏହା ଉପରେ ଆଇସିସିର ଆନୁଷ୍ଠାନିକ ମୋହର ବାଜିବା ବାକି ରହିଛି । ଆୟୋଜକ ଭାରତକୁ ଏକ ସହଜ ଗ୍ରୁପ ମିଳିଛି । କିନ୍ତୁ ସହ ଆୟୋଜକ ଶ୍ରୀଲଙ୍କାକୁ କଠିନ ଗ୍ରୁପ ମିଳିବାର ସମ୍ଭାବନା ରହିଛି । ଭାରତର ଗ୍ରୁପରେ ପାକିସ୍ତାନ ବି ସାମିଲ । ଏଥିରୁ ସ୍ପଷ୍ଟ ଯେ, ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗୋଟିଏ ମୁକାବିଲା ନିଶ୍ଚିତ ହେବ ।
କ୍ରିକବଜ ଅନୁସାରେ ଭାରତ ଓ ପାକିସ୍ତାନ ବ୍ୟତୀତ ଏହି ଗ୍ରୁପରେ ୟୁଏଏସ, ନାମ୍ବିଆ ଓ ନେଦରଲାଣ୍ଡ ସାମିଲ୍ । କେବଳ ଭାରତ ଓ ପାକିସ୍ତାନ ଏହି ଗ୍ରୁପରେ ଟେଷ୍ଟ ଖେଳୁଥିବ।। ଦେଶ । ଅନ୍ୟପଟେ ଟି-୨୦ ବିଶ୍ୱକପ ୨୦୨୬ରେ ସହ ଆୟୋଜକ ଶ୍ରୀଲଙ୍କାକୁ ଅଷ୍ଟ୍ରେଲିଆ, ଜିମ୍ବାୱେ, ଆୟରଲାଣ୍ଡ ଓ ଓମାନ ସହ ରଖାଯାଇଛି । ଏହି ସବୁ ଟିମ୍ ଟପ୍-୨୦ ମାନ୍ୟତାରେ ରହିଛନ୍ତି । ଏହାକୁ ଗ୍ରୁପ ଅଫ ଡେଥ କୁହାଯାଉଛି । ଏଥିରୁ ୪ ଟେଷ୍ଟ ଖେଳୁଥିବା ଦେଶ ।
ଆଉ ଏକ ଗ୍ରୁପରେ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ଇଟାଲୀ, ବାଂଲାଦେଶ ଓ ନେପାଳ ଦଳ ରହିଛି । ଏହି ଗ୍ରୁପରେ ତିନ ଟେଷ୍ଟ ଖେଳୁଥିବା ଦେଶ ରହିଛନ୍ତି । ଏହା ବାଦ୍ ଆଉ ଏକ ଗ୍ରୁପରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ୟୁଏଇ ଓ କାନାଡା ଟିମ୍ ସାମିଲ୍ । ଏଥିରେ ୩ ଟେଷ୍ଟ ଖେଳୁଥିବା ଦେଶ ବି ସାମିଲ୍ । ପ୍ରତି ଗ୍ରୁପରୁ ଟପ୍ ୨ ଟିମ୍ ସୁପର-୮ରେ ପ୍ରବେଶ କରିବେ । ଏହି ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ । ପୁଣି ଟପ୍-୨ ଟିମକୁ ନେଇ ସେମି ଫାଇନାଲ ଖେଳାଯିବ ।
ଭାରତର ମୁମ୍ବାଇ, କୋଲକାତା, ଚେନ୍ନାଇ, ଦିଲ୍ଲୀ ଓ ଅହମ୍ମଦାବାଦରେ ମୁକାବିଲା ଖେଳାଯିବ । ଶ୍ରୀଲଙ୍କାର କଲମ୍ବୋ ଓ କାଣ୍ଡିରେ ଟି-୨୦ ବିଶ୍ୱ ଆୟୋଜନ ହେବ । ଯଦି ପାକିସ୍ତାନ ଟିମ୍ ଫାଇନାଲରେ ନ ପହଞ୍ଚେ ତେବେ ଫାଇନାଲ୍ ଅହମ୍ମଦାବାଦରେ ଖେଳାଯିବ । କଲମ୍ବୋରେ ମଧ୍ୟ ଗୋଟିଏ ସେମି ଫାଇନାଲ୍ ମୁକାବିଲା ଖେଳା ଯାଇପାରେ, ଯଦି ପାକିସ୍ତାନ ସେମିରେ ପ୍ରବେଶ କରିବ । କିମ୍ବା ଶ୍ରୀଲଙ୍କା ସେମିରେ ପହଞ୍ଚେ ତେବେ କଲମ୍ବୋରେ ଗୋଟିଏ ସେମି ଖେଳାଯିବ ।
Also read: ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ୨ୟ ଟେଷ୍ଟରୁ ଅଧିନାୟକ ଗିଲ୍ ବାଦ୍