ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନଭେମ୍ବର ୩୦ ରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ଏହି ସିରିଜରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଖେଳିବାର ସମ୍ଭାବନା କମ୍। ଜଙ୍ଘ ଆଘାତରୁ ସୁସ୍ଥ ହେଉଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଯୋଗୁଁ ଦିନିକିଆ ସିରିଜରୁ ବାଦ୍ ପଡ଼ି ପାରନ୍ତି। କାର୍ୟ୍ୟଭାର ପରିଚାଳନା ଯୋଗୁଁ ବୁମରାଙ୍କୁ ଏହି ସିରିଜ୍ ପାଇଁ ବିଶ୍ରାମ ଦିଆଯାଇପାରେ।
ମୁଖ୍ୟ ଦ୍ରୁତ ବୋଲରଙ୍କ କାର୍ଯ୍ୟଭାର ପରିଚାଳନା ପାଇଁ ବୁମରାଙ୍କୁ ମଧ୍ୟ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ବିଶ୍ରାମ ଦିଆଯିବାର ସମ୍ଭାବନା ଅଛି। କାରଣ ଏହା ଟି-୨୦ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ଦିନିକିଆ ସିରିଜ୍ ଖେଳିବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେପ୍ଟେମ୍ବରରେ ଦୁବାଇରେ ଏସିଆ କପ୍ ଟି-୨୦ ସମୟରେ ହାର୍ଦ୍ଦିକ ଆହତ ହୋଇଥିଲେ। ପାକିସ୍ତାନ ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ଖେଳି ପାରି ନ ଥିଲେ।
ପିଟିଆଇ ଅନୁଯାୟୀ, ହାର୍ଦ୍ଦିକ ବର୍ତ୍ତମାନ ତାଙ୍କ ଆହତ ସମସ୍ୟାରୁ ସୁସ୍ଥ ହେଉଛନ୍ତି। ସେ ବର୍ତ୍ତମାନ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ତାଲିମ ନେଉଛନ୍ତି। ସୁସ୍ଥ ହେବା ପରେ, ଧୀରେ ଧୀରେ ତାଙ୍କର କାର୍ୟ୍ୟଭାର ବୃଦ୍ଧି କରିବାକୁ ପଡିବ । ତେଣୂ ସିଧାସଳଖ ୫୦ ଓଭର ମ୍ୟାଚ୍ ଖେଳିବା ରିସ୍କ ହୋଇପାରେ। ହାର୍ଦ୍ଦିକ ଟି ୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଉପରେ ଧ୍ୟାନ ଦେବେ।
ଆଶା କରାଯାଉଛି ହାର୍ଦ୍ଦିକ ପ୍ରଥମେ ସୟଦ ମୁସ୍ତାକ ଅଲି ଟ୍ରଫିରେ ବରୋଦା ପାଇଁ ନିଜର ମ୍ୟାଚ୍ ଖେଳି ଫିଟନେସ୍ ପ୍ରମାଣ କରିବେ, ଏବଂ ତା’ପରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି୨୦ ଆନ୍ତର୍ଜାତୀୟ ସିରିଜରେ ଖେଳିବେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ଭାରତ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ । କିନ୍ତୁ ୫୦ ଓଭର କ୍ରିକେଟର ଗୁରୁତ୍ୱ ଟି୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ସୀମିତ। ପରବର୍ତ୍ତୀ ଆଇପିଏଲ୍ ପରେ ବରିଷ୍ଠ ଖେଳାଳିମାନେ ୨୦୨୭ ଦିନିକିଆ ବିଶ୍ୱକପ୍ ଉପରେ ଧ୍ୟାନ ଦେବେ।
Also read: ୧୯ ବର୍ଷରୁ କମ ବିଶ୍ଵକପ୍ କାର୍ଯ୍ୟସୂଚୀ ଘୋଷିତ, ଭାରତ-ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖିଲାନି ଆଇସିସି