ନୂଆଦିଲ୍ଲୀ: ଆସନ୍ତାକାଲି ଆରମ୍ଭ ହେଉଛି ଟେଷ୍ଟ କ୍ରିକେଟର ସବୁଠୁ ବଡ଼ ଆସେସ୍ ସିରିଜ୍ । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ୍ ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ଖେଳାଯିବ। ଶେଷ ଥର ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ଆସେସରେ ଇଂଲଣ୍ଡ ୪-୦ରେ ପରାସ୍ତ ହୋଇଥିଲା। ଅଷ୍ଟ୍ରେଲିଆ ପରିସ୍ଥିତିରେ ଭଲ ପ୍ରଦର୍ଶନ କରିବା ଇଂଲଣ୍ଡ ପାଇଁ ବହୁତ ବଡ଼ ଆହ୍ଵାନ। ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ପାଇଁ ସହଜ ହେବ ନାହିଁ, କାରଣ ପ୍ୟାଟ୍ କମିନ୍ସ ଏବଂ ଜୋଶ ହାଜେଲଉଡ୍ ପର୍ଥ ଟେଷ୍ଟରେ ଖେଳିବେ ନାହିଁ।
ଆସେସରେ ହେଡ୍-ଟୁ-ହେଡ୍ ରେକର୍ଡ ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆ ୩୪ ଥର ସିରିଜ୍ ଏବଂ ଇଂଲଣ୍ଡ ୩୨ ଥର ସିରିଜ୍ ଜିତିଛି। ମ୍ୟାଚଦୃଷ୍ଟିରୁ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଆସେସ ଇତିହାସରେ ୩୪୦ ଥର ପରସ୍ପରର ସାମ୍ନା କରିଛନ୍ତି, ଏଥିରୁ ଅଷ୍ଟ୍ରେଲିଆ ୧୪୦ଟି ମ୍ୟାଚ୍ ଏବଂ ଇଂଲଣ୍ଡ ୧୦୮ଟି ମ୍ୟାଚ୍ ଜିତିଛି।
ଆସେସ କେବେ ଏବଂ କେଉଁଠି ସିଧାପ୍ରସାରଣ ହେବ ?
ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ପ୍ରଥମ ଟେଷ୍ଟ ମ୍ୟାଚ୍ ଭାରତୀୟ ସମୟ ସକାଳ ୭ଟା ୫୦ରେ ଆରମ୍ଭ ହେବ ଏବଂ ଟସ୍ ୭ଟା ୨୦ରେ ପଡ଼ିବ।
ଭାରତରେ, ଇଂଲଣ୍ଡ-ଅଷ୍ଟ୍ରେଲିଆ ମ୍ୟାଚ୍ର ଲାଇଭ୍ ଷ୍ଟ୍ରିମିଂ JioHotstar ଆପ୍ ଏବଂ ୱେବସାଇଟରେ ଉପଲବ୍ଧ ହେବ। ଏହି ମ୍ୟାଚ୍ଟି Star Sports ନେଟୱାର୍କରେ ମଧ୍ୟ ସିଧା ପ୍ରସାରଣ କରାଯିବ। ଯଦି ଆପଣଙ୍କର Jio SIM କାର୍ଡ ଅଛି, ତେବେ JioHotstar ସବସ୍କ୍ରିପସନ୍ କିଛି ରିଚାର୍ଜ ଯୋଜନା ସହିତ ମାଗଣାରେ ଉପଲବ୍ଧ, ଯାହା ଦ୍ଵାରା ଆପଣ ମାଗଣାରେ ଆସେସ ସିରଜର ଲାଇଭ୍ ଦେଖିପାରିବେ।
ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଷ୍ଟିଭ୍ ସ୍ମିଥ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିବେ। ଇଂଲଣ୍ଡ ୧୨ ଜଣିଆ ଦଳ ଘୋଷଣା କରିଛି।
ଇଂଲଣ୍ଡର ୧୨ ଜଣିଆ ଦଳ
ବେନ୍ ଷ୍ଟୋକ୍ସ (ଅଧିନାୟକ), ଜୋଫ୍ରା ଆର୍ଚର, ଗସ୍ ଆଟକିନସନ୍, ସୋଏବ୍ ବଶିର, ହ୍ୟାରି ବ୍ରୁକ୍, ବ୍ରାଇଡନ୍ କାର୍ସ, ଜାକ୍ କ୍ରାଉଲି, ବେନ୍ ଡକେଟ, ଓଲି ପୋପ୍, ଜୋ ରୁଟ୍, ଜେମି ସ୍ମିଥ୍ (ୱିକେଟକିପର), ମାର୍କ ଉଡ୍।
ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶ
ଉସମାନ ଖାୱାଜା, ଜେକ୍ ୱେଦରାଲ୍ଡ, ମାର୍ନସ୍ ଲାବୁସେନ, ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ଟ୍ରାଭିସ୍ ହେଡ୍, କାମେରୁନ୍ ଗ୍ରୀନ୍, ଆଲେକ୍ସ କେରି (ୱିକେଟକିପର), ମିଚେଲ୍ ଷ୍ଟାର୍କ, ନାଥନ୍ ଲିଅନ୍, ବ୍ରେଣ୍ଡନ୍ ଡଗେଟ୍, ସ୍କଟ୍ ବୋଲାଣ୍ଡ।
Also read: ମା କାମାକ୍ଷାଙ୍କ ଶରଣରେ ଗୌତମ ଗମ୍ଭୀର, ୨ୟ ଟେଷ୍ଟ ପାଇଁ ମାଗିଲେ ବିଜୟର ଆଶୀର୍ବାଦ !