ଗୌହାଟୀ: ଗୌହାଟିରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ପରାଜୟର ନିକଟତର ହୋଇଛି। ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜିତିବା ପରେ, ଦକ୍ଷିଣ ଆଫ୍ରିକା ଦଳ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଛି। ପ୍ରଥମ ଟେଷ୍ଟ ଜିତିଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୮୮ ରନର ଅଗ୍ରଣୀ ହାସଲ କରି ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଛି। ଭାରତ ଉପରେ କ୍ଲିନ୍ ସୁଇପ୍ ଆଶଙ୍କା ଦେଖା ଦେଇଛି।
ପୂର୍ବତନ ଭାରତୀୟ ଅଧିନାୟକ ତଥା କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ୨୮୮ ରନରେ ପଛୁଆ ରହିବା ପରେ ଭାରତୀୟ ବ୍ୟାଟରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ତୃତୀୟ ଦିନରେ ଭାରତୀୟ ଦଳ ୨୦୧ ରନରେ ଅଲଆଉଟ୍ ହୋଇ ନିଜ ପାଇଁ ବିପଦ ସୃଷ୍ଟି କରିଛି।
ଅନିଲ କୁମ୍ବଲେ ଜିଓଷ୍ଟାରକୁ କହିଛନ୍ତି, ମୁଁ ଭାବୁଛି ଭାରତର ବ୍ୟାଟିଂ ବହୁତ ଖରାପ ଥିଲା। ବର୍ତ୍ତମାନର ଖେଳାଳିଙ୍କ ନିକଟରେ ଟେଷ୍ଟ କ୍ରିକେଟ ପାଇଁ ଆବଶ୍ୟକ ଆଗ୍ରହ ଏବଂ ସଂଯମର ଅଭାବ ରହିଛି। ବ୍ୟାଟର ଶାଣିତ ବୋଲିଂର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ନଥିଲେ। ଲାଗୁଥିଲା ଲକ୍ଷ୍ୟକୁ ଶୀଘ୍ର ପିଛା କରିବା ଉଦ୍ଦେଶ୍ୟ ଥିଲା ଭାରତ, ଯାହା ଟେଷ୍ଟ ମ୍ୟାଚ୍ ପାଇଁ ପ୍ରଯ୍ୟୁଜ ନୁହେଁ। ଏତେ ବଡ଼ ସ୍କୋରକୁ ଧିରେ ଧିରେ ହାସଲ କରାଯାଇଥାଏ। ଭାରତ ସେହି ଅନୁରୂପ ବ୍ୟାଟିଂ କରି ନ ଥିଲା।
ପୂର୍ବତନ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ ଷ୍ଟେନ କହିଛନ୍ତି ଯେ ଏକ ବିଦେଶୀ ଦଳ ଭାରତରେ ତିନି ଦିନ ପାଇଁ ପ୍ରାଧାନ୍ୟ ବିସ୍ତାର କରିବା ବିରଳ। ସେ କହିଛନ୍ତି, ଭାରତରେ ଲଗାତାର ତିନି ଦିନ ପାଇଁ ଏକ ବିଦେଶୀ ଦଳ ପ୍ରାଧାନ୍ୟ ବିରଳ ଘଟଣା । ଗୌହାଟୀରେ ଭାରତୀୟମାନଙ୍କ ପାଇଁ ଦକ୍ଷିଣ ଆଫ୍ରିକାର ରଣନୀତି ଏବଂ କାର୍ଯ୍ୟକାରିତା ବେଶ ଚମତ୍କାର ରହିଛି।
Also read: ଦକ୍ଷିଣ ଆଫ୍ରିକାର ହାତ ମୁଠାରେ ଗୌହାଟୀ ଟେଷ୍ଟ, ପରାଜୟ ଆଶଙ୍କାରେ ଭାରତ