ଉଦ୍ଘାଟିତ ହେଲା ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା । ଏହି ପ୍ରତିଯୋଗିତା ଫ୍ରେଣ୍ଡ କ୍ଲବ ପକ୍ଷରୁ ଆୟୋଜିତ କରାଯାଇଛି । ଯାହାଦ୍ୱାରା ସମସ୍ତ ଖେଳାଳିଙ୍କୁ ସୁଯୋଗ ମିଳିପାରିଛି । ବଲାଙ୍ଗିର ପ୍ୟାର ହାଇସ୍କୁଲ ଖେଳ ପଡିଆ ଠାରେ ବଲାଙ୍ଗିର ପ୍ରେଣ୍ଡକ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କ୍ଲବର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ଅରମ୍ଭ କରାଯାଇଥିଲା ।
ତେବେ ଏହି ପ୍ରତିଯୋଗୀତାରେ ମୂଖ୍ୟ-ଅତିଥି ଭାବବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ସମ୍ମନୀତ ଅତିଥି ଭାବରେ ଉପ-ଜିଲ୍ଲାପାଳ ମହେନ୍ଦ୍ର କୁମାର ମହାପାତ୍ର,ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ସୁପ୍ରିମ ଟାକ୍ସ ନିର୍ଦ୍ଧେଶକ ଅଜିତ ପାଲ, ଅଙ୍ଗ ଜଳ ସେଚନ ଅଧ୍ୟକ୍ଷ ଆକାଶ ମିଶ୍ର ଓ କ୍ଲକର ସଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର ଯୋଗଦେଇଥିଲେ । ସମସ୍ତ ଅତିଥିଙ୍କ ଉପସ୍ଥିତିରେ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଶୁବାରମ୍ଭ କରାଯାଇଥିଲା । ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ପ୍ରଥମେ ଏକ ସଭାର ଆୟୋଜନ ହୋଇଥିଲା ଯେଉଁଥିରେ ଅତିଥିମାନେ ନିଜ ନିଜର ମତବ୍ୟକ୍ତ ଦେଇଥିଲେ ଓ ଖେଳାଳି ମାନଙ୍କୁ ଆଗକୁ ବଢିବାକୁ ଉତ୍ସାହିତ କରିଥିଲେ ।
ଏଥିରେ ମ୍ୟାଚ କମିସନର ଭାବରେ ଶୁନିଲ ଚନ୍ଦ୍ର ବିଶ୍ୱାଲ ରହିଥିଲେ । ଏହି ଉଦଘାଟନୀ ପ୍ରଥମ ଦିନର ଖେଳରେ ବଲାଙ୍ଗିର ଫୁଟବଲ କ୍ଲବ ଓ ଏଥେଲେଟିକ ଏସୋସିଏସନ ବରଗଡର କଦଲି ପାଲି ମଧ୍ୟରେ ହୋଇଥିଲା । କଦଲି ପାଲିର ବିବେକ ବାଗ ୧ ଗୋଲ ଦେଇ କଦଲିପାଲିକୁ ବିଜୟ କରିଥିଲେ । ୧-୦ ରେ କଦଲି ପାଲି ବିଜୟ ହୋଇଥିଲା । ଏହି ଉଦଘାଟନି ଉତ୍ସବରେ ବଲାଙ୍ଗିର ବିଶିଷ୍ଠ କ୍ରିଡାବିତ ଶ୍ରୀଧର ବଢିଆ ଓ ଶୁଭ୍ରାଶୁଂ ସେ ଶେଖର ଅମାତଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମର୍ଦ୍ଧନା କରାଯାଇଥିଲା । ଏହି ଖେଳ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲି ବାକୁ ଥିବା ବେଳେ ଆଜି ସି.ସି.ଏଫ.ଏ ବିରମାହାରାଜପୁର ଓ ୟୁତ କ୍ଲବ ବଲାଙ୍ଗିର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟୀ ପକ୍ଷରୁ ସୁଚନା ଦେଇଛନ୍ତି । ପରିଶେଷରେ କେଉଁ ଦଳ ବିଜୟୀ ହେବେ ସେଥିପାଇଁ ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମକୁ କିପରି ଶାନ୍ତିଶୃଙ୍ଖଳା ସହ ହେବ ସେନେଇ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଅଧିକ ପଢନ୍ତୁ :ଆରମ୍ଭ ହେଲା ପ୍ରସିଦ୍ଧ ଓଳାଶୁଣୀ ମେଳା