ବିଜୁଳି ପରି ଦୌଡ଼ୁଛନ୍ତି ଏହି ଆଥଲେଟ, କ୍ରୀଡ଼ା ମନ୍ତ୍ରୀ ରିଜିଜୁ କହିଲେ- ମୋ ପାଖକୁ ନେଇ ଆସ
Khabar Odisha:Sports-thlete--odisha-india-got-usain-bolt-madhya-pradesh-s-athlete-rameshwar-completed-100-miter-race-in-just-11-second-video-goes-viral
ନୂଆଦିଲ୍ଲୀ,ଅଗଷ୍ଟ୧୭(ଖବର ଓଡ଼ିଶା):

 ଯଦି ୧୦୦ ମିଟର ବର୍ଗ ଦୌଡ଼ ପ୍ରତିଯୋଗିତା କଥା କୁହାଯିବ ତେବେ ସ୍ଵତଃପ୍ରବୃତ ମୁହଁରେ ଜାମାଇକର ଉସେନ ବୋଲ୍ଟଙ୍କ ନାମ ହିଁ ଆସିବ। ଅତି କମରେ କୌଣସି ଭାରତୀୟ ଧାବକଙ୍କ ନାଁ ମନରେ ହିଁ ଆସିବ ନାହିଁ। ମାତ୍ର ଭାରତରେ ମଧ୍ୟ ବୋଲ୍ଟ ଅଛନ୍ତି। ଯିଏ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛନ୍ତି। ମଧ୍ୟ ପ୍ରଦେଶର ଶିବପୁରର ଯୁବ ଧାବକ ରାମେଶ୍ଵର ୧୦୦ ମିଟର  ଦୌଡ଼ର ଭିଡ଼ିଓ ଖୁବ୍ ଭାଇରାଲ ହେଉଛି। କୁହାଯାଉଛି ଯେ, ରାମେଶ୍ଵର ୧୧ ସେକେଣ୍ଡରେ ୧୦୦ ମିଟର ଦୌଡ଼ ପୂରା କରୁଛନ୍ତି। ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯେବେ ଏହି ଭିଡ଼ିଓକୁ ସେୟାର କଲେ ଏହା ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଏହି ଧାବକକୁ ନିଜ ପାଖକୁ ଆଣିବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଆଶ୍ଵାସନା ପରେ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ(ସାଇ) ରାମେଶ୍ଵରଙ୍କୁ ଅତିଶୀଘ୍ର ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ସାଇ ସେଣ୍ଟର ପହଞ୍ଚିବାକୁ କୁହାଯାଇଛି।

ଶିବରାଜ ସିଂହ ଯୁବ ରାମେଶ୍ଵରଙ୍କ ଏକ ଭିଡ଼ିଓ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରି ଲେଖିଛନ୍ତି ଯେ ଭାରତ ଏମିତି ବ୍ୟକ୍ତିଗତ ପ୍ରତିଭାର ଧନୀ। ଯଦି ତାଙ୍କୁ ଉପଯୁକ୍ତ ସୁଯୋଗ ଏବଂ ଅବସର ମିଳେ ତବେ ଏହି ଲୋକେ ନିଶ୍ଚିତ ରୂପେ ନୂତନ ଇତିହାସ ରଚିବା ଦେଖିବାକୁ ପାଇବେ। ଶିବରାଜ ଏହି ଭିଡ଼ିକୁ ଆଗକୁ ବଢାଇବାରୁ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଏହି ଧାବକଙ୍କୁ ସମର୍ଥନ ଦେବାରେ ନିଜକୁ ରୋକି ପାରିନଥିଲେ। 

ଏହି ଭିଡ଼ିଓ ପାଇଁ ସାମ୍ବାଦିକଙ୍କୁ ଧନ୍ୟବାଦ ଦେଲେ ଶିବରାଜ

ଶିବରାଜ ଲେଖିଛନ୍ତି ଯେ, ମୁଁ ଭାରତର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁଙ୍କୁ ଅପିଲ କରୁଛି ଯେ, ଏହି ଅଭିଳାଷି ଆଥଲେଟଙ୍କୁ ତାଙ୍କର ପ୍ରତିଭାକୁ ବଢାଇବାରେ ସାହାଯ୍ୟ କରନ୍ତୁ। ଏହି ଟ୍ଵିଟ୍ ସହିତ ଶିବରାଜ ଉକ୍ତ ସାମ୍ବାଦିକଙ୍କୁ ମଧ୍ୟ ଧନ୍ୟବାଦ  ଦେଇଛନ୍ତି, ଯାହାଙ୍କ ଜରିଆରେ ଏହି ଭିଡ଼ିଓ ତାଙ୍କ ପାଖକୁ ପହଞ୍ଚିଛି। ଭିଡ଼ିଓରେ ଦାବି କରାଯାଇଛି ଯେ ରାମେଶ୍ଵର ୧୧ ସେକେଣ୍ଡରେ ୧୦୦ ମିଟର ଦୌଡ଼ ପୂରା କରୁଛନ୍ତି। ଆମେ ଦେଶରେ ଏହା ସର୍ବଦା କୁହାଯାଏ ଯେ, ଦେଶକୁ କ୍ରୀଡ଼ା କ୍ଷେତ୍ରରେ ଯଦି ଆଗକୁ ନେବାର ଅଛି ତେବେ ଗ୍ରାମାଞ୍ଚଳ ପ୍ରତି ଧ୍ୟାନ ଦିଅନ୍ତୁ। ଗ୍ରାମାଞ୍ଚଳରେ ଥିବା ପ୍ରତିଭାଙ୍କୁ ଯଦି ସଠିକ୍ ଚିହ୍ନଟ କରି ସୁଯୋଗ ଦିଆଯାଏ ତେବେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଦେଶକୁ ଅନେକ ପଦକ ମିଳି ପାରିବ। 

ଖାଲି ପାଦରେ ୧୧ ସେକେଣ୍ଡରେ ଦୌଡ଼ିଲେ ୧୦୦ ମିଟର

ଏହି ଭିଡ଼ିଓରେ ଏହି ଯୁବ ଆଥଲେଟ୍ ସଡ଼କରେ ଖାଲି ପାଦରେ ଦୌଡ଼ୁଥିବା ଦେଖିବାକୁ ମିଳିଛି। ସଡ଼କରେ  ଚୂନରେ ୧୦୦ ମିଟର ଚିହ୍ନ ଦିଆଯାଇଛି। ଧାବକ ଜଣକ ୧୧ ସେକେଣ୍ଡରେ ୧୦୦ ମିଟର ଦୌଡ଼ ସହଜରେ ପୂରା କରୁଥିବା ଦେଖିବାକୁ ମିଳିଛି। 

କ୍ରୀଡ଼ା ମନ୍ତ୍ରୀ ଦେଲେ ସମର୍ଥନ

କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଶିବରାଜ ସିଂହ ଚୌହାନଙ୍କ ଏହି ଟ୍ଵିଟରେ ରିପ୍ଲାଇ ଦେବାରେ ବିଳମ୍ବ କରିନାହାନ୍ତି। କିଛି ହିଁ ମିନିଟରେ ସେ ଏହି ଆଥଲେଟଙ୍କ ପ୍ରତିଭାରେ ପ୍ରଭାବିତ ହୋଇ କ୍ରୀଡ଼ା ମନ୍ତ୍ରଣାଳୟ  ପକ୍ଷରୁ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। 

ରିଜିଜୁ ନିଜର ଟ୍ଵିଟରେ  ଲେଖିଛନ୍ତି ଯେ, ଶିବରାଜ ସିଂହ କାହାକୁ କୁହନ୍ତୁ ଯେ ଏହି ଆଥଲେଟଙ୍କୁ ମୋ ପାଖକୁ ନେଇକି ଆସନ୍ତୁ। ମୁଁ ଏହି ଆଥଲେଟଙ୍କୁ ଏକାଡେମୀରେ ରଖିବା ପାଇଁ ପୂରା ବ୍ୟବସ୍ଥା କରିବି। ସାମାଜିକ ଗଣାମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପରେ କ୍ରୀଡ଼ା ମନ୍ତ୍ରୀ ଦ୍ଵାରା ମିଳିଥିବା ସମର୍ଥନକୁ ବହୁତ ପସନ୍ଦ କରାଯାଉଛି।

Subscribe

National International State Sports Entertainment