ଆଇପିଏଲ୍‌: ନିଜ ଗୋଡ଼ରେ କୁରାଢ଼ୀ ଚୋଟ ମାରିଲେ ପନ୍ତ? କହିଲେ ପରାଜୟର କାରଣ
Khabar Odisha:Sports-cricket-Delhi-Capitals-captain-Rishav-Pant-says-reason-of-match-loss

ନୂଆଦିଲ୍ଲୀ, ମେ ୨୨ (ଖବର ଓଡ଼ିଶା): ଆଇପିଏଲ୍ ୨୦୨୨ର ୬୯ତମ ମୁକାବିଲା ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଛି । ଏହି ମ୍ୟାଚକୁ ମୁମ୍ବାଇ ୫ ୱିକେଟରେ ଜିତିଛି । ଦିଲ୍ଲୀ ଆଇପିଏଲ୍‌ରୁ ବାହାରି ଯାଇଛି । ଏହି ମ୍ୟାଚ ଜିତିଥିଲେ ଦିଲ୍ଲୀକୁ ପ୍ଲେଅଫ୍ ମ୍ୟାଚ ଖେଳିବାର ସୁଯୋଗ ମିଳିଥାନ୍ତା । କିନ୍ତୁ ଟିମ୍ ଏଥିରୁ ଲାଭ ଉଠାଇ ପାରି ନାହିଁ । ଟିମର ପରାଜୟ ପରେ ଅଧିନାୟକ ଋଷଭ ପନ୍ତ କାରଣ କହିଛନ୍ତି । 

ଋଷଭ ପନ୍ତ କହିଛନ୍ତି ଯେ, ଟିମ୍‌କୁ ଭଲ ରଣନୀତି ଓ ଏହାକୁ ହାସଲ କରିବାର ଥିଲା । ମ୍ୟାଚ ଶେଷ ହେବା ପରେ ପନ୍ତ କହିଛନ୍ତି ଯେ, ମ୍ୟାଚରେ ଅଧିକାଂଶ ସମୟରେ ଆମେ ଭଲ ସ୍ଥିତିରେ ଥିଲୁ । କିନ୍ତୁ ପରେ ଆମେ ଢିଲା ହୋଇଯାଇଥିଲୁ । ଆମେ ଚାପରେ ନଥିଲୁ । କିନ୍ତୁ ରଣନୀତି ଆମର ଭଲ ନଥିଲା । ଆମେ ଆମର ତ୍ରୁଟି ବୁଝିପାରିଛୁ । ଆସନ୍ତାବର୍ଷ ମଜବୁତ ଟିମ୍ ଭାବରେ ଫେରିବୁ । 

ମୁମ୍ବାଇର ଏହି ବିଜୟର ହିରୋ ଥିଲେ ଟିମ୍ ଡାଭିଡ । ସେ ୧୧ଟି ବଲ୍ ଖେଳି ୩୪ ରନ୍ କରିଥିଲେ । ଏକଦା ଟିମ୍ ଡାଭିଡ ଆଉଟ ହୋଇଥିବା ସ୍ପଷ୍ଟ ଦେଖାଯାଇଥିଲା । କିନ୍ତୁ ଅମ୍ପାୟାର ତାଙ୍କୁ ଆଉଟ ଦେଇ ନଥିଲେ । ଅନ୍ୟପଟରେ ଦିଲ୍ଲୀ ଟିମ୍ ରିଭ୍ୟୁ ନେଇ ନଥିଲା । ବ୍ୟାଟରେ ବଲ ଲାଗିଥିଲା । କିନ୍ତୁ ସର୍କଲରେ ଛିଡା ହୋଇଥିବା ଲୋକେ ଏହାକୁ ନେଇ ଆଶ୍ୱସ୍ତ ନଥିଲେ । ମୁଁ ପଚାରିଥିଲି କ’ଣ କରିବା ଏବଂ ଶେଷରେ ରିଭ୍ୟୁ ନ ନେବା ପାଇଁ ନିଷ୍ପତ୍ତି ନେଲୁ । 

ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ରେ ପରାସ୍ତ କରିଛି । ପୂର୍ବରୁ ପ୍ଲେଅଫ୍‌ରୁ ବିଦାୟ ନେଇ ସାରିଥିବା ମୁମ୍ବାଇ ଟିମ୍ କିନ୍ତୁ ଦିଲ୍ଲୀର ବିକାଶ ପଥକୁ ଅଟକାଇ ଦେଇଛନ୍ତି । ଦିଲ୍ଲୀ ପରାଜିତ ହେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପ୍ଲେଅଫ୍ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଛି ।

 

  • Tags:

Subscribe

National International State Sports Entertainment