ଆଇପିଏଲ: ଚଳନ୍ତା କାର ଉପରେ ପଡ଼ିଲା ଏବି ଡିଭିଲିୟର୍ସଙ୍କ ଦ୍ୱାରା ଛକାର ବଲ
Khabar Odisha:Sports-IPL-Clinical-Royal-Challengers-Bangalore-thrash-Kolkata-Knight-Riders-by-82-runs-reach-third-spot-in-points-table

ଶାରଜା, ଅକ୍ଟୋବର ୧୩ (ଖବର ଓଡ଼ିଶା): ଇଣ୍ଡିଆନ ପ୍ରିମିୟର ଲିଗ-୨୦୨୦ର ସୋମବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ୮୨ ରନରେ ପରାସ୍ତ କରିଛି । ଶାରଜା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସଙ୍କ ଅପରାଜିତ ୭୩ ରନ ରୟାଲ ଚ୍ୟାଲେଞ୍ଜର୍ସର ବିଜୟରେ ବଡ଼ ଭୂମିକା ନେଇଥିଲା । କୋଲକାତା ନାଇଟ ରାଇଡର୍ସ ୧୯୪ରନର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସରେ ୯ଟି ୱିକେଟ ହରାଇ ୧୧୨ ରନ ସଂଗ୍ରହ କରିପାରିଥିଲା ।  

ଡିଭିଲିୟର୍ସ ଶାରଜା କ୍ରିକେଟ ପଡିଆରେ ୪ଟି ଛକା ଓ ୪ଟି ଚୌକା ମାରିଥିଲେ । ଗୋଟିଏ ଛକାରେ ବଲଟି ଷ୍ଟାଡିୟମ ବାହାରକୁ ଚାଲିଯାଇଥିଲା । ଏହା ଏକ ଚଳନ୍ତା କାର ଉପରେ ପଡ଼ିଥିଲା । ଏହି ଛକା ୮୬ ମିଟର ଥିଲା, ଯାହାକି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଡିଭିଲିୟର୍ସ କୋଲକାତା ବିରୋଧରେ ଖେଳି ନିଜର ୩୬ତମ ଅର୍ଦ୍ଧଶତକ ପୂରା କରିଛନ୍ତି ।  

 

  • Tags:

Subscribe

National International State Sports Entertainment