ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ଝଟକା । ସିରିଜର ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଆହତ କାରଣରୁ ବ୍ୟାଟର ଶ୍ରେୟସ ଆୟାର ଦଳରୁ ବାଦ ପଡିଛନ୍ତି । ପୂରା ସିରିଜରୁ ସେ ବାଦ ପଡିଛନ୍ତି । ଆୟାରଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ସାମିଲ କରାଯାଇଛି । ବିସିସିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଶ୍ରେୟସଙ୍କ ପିଠିରେ ଯନ୍ତ୍ରଣା ଲାଗିବା କାରଣରୁ ତାଙ୍କୁ ସିରଜରୁ ବାଦ ଦିଆଯାଇଛି । ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀକୁ ପଠାଇ ଦିଆଯାଇଛି ।
2022 ଆୟରଙ୍କ ପାଇଁ ସଫଳତାର ବର୍ଷ ଥିଲା । ଭାରତୀୟ ଦଳ ପାଇଁ ଦିନିକିଆ ଫର୍ମାଟରେ ସବୁଠାରୁ ଅଧିକ ରନ ସଂଗ୍ରହକାରୀ ଥିଲେ ଶ୍ରେୟସ । ୧୭ଟି ମ୍ୟାଚରୁ ସେ ୭୨୪ ରନ ସଂଗ୍ରହ କରିଥିଲେ । ଚଳିତ ବର୍ଷ ଶ୍ରେୟସଙ୍କ ପାଇଁ ଭଲ ସାବ୍ୟସ୍ଥ ହୋଇନାହିଁ । ଶ୍ରୀଲଙ୍କା ବିରୋଧରେ ୩ଟି ମ୍ୟାଚରେ ସେ ୨୮.୨୮,୩୮ ରନ ସଂଗ୍ରହ କରିଥିଲେ । ଶ୍ରେୟସ ଦଳରୁ ବାଦ ପଡିବା ପରେ ତାଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ସୁଯୋଗ ମିଳିଛି । ଟପ୍ ଅର୍ଡର ବ୍ୟାଟର ରଜତ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି । ୨୯ ବର୍ଷୀୟ ରଜତ ମଧ୍ୟପ୍ରଦେଶ ତରଫରୁ ଖେଳୁଥିବା ବେଳେ ୫ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ଗୋଟିଏ ଶତକ ଏବଂ ୪ଟି ଅର୍ଦ୍ଦଶତକ ହାସଲ କରିଛନ୍ତି ।