ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଭାରତ ବଡ ପଦକ୍ଷେପ ଗ୍ରହଣ କରି ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ସହ ପାକିସ୍ତାନୀଙ୍କ ଭିସା ରଦ୍ଦ କରିଛି । ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବାକୁ ଆଦେଶ ଦିଆଯାଇଛି । ଏହିପରି ୫ ବଡ ଆକ୍ସନ ନେଇଛି ଭାରତ । ଏହି କ୍ରମରେ ସରକାର ଅନେକ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ଭାରତରେ ବ୍ଲକ କରି ଦେଇଛି । ଫଳରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର, ତନବୀର ଅହମ୍ମଦ, ବାସିତ ଅଲ୍ଲୀ, ରମିଜ ରାଜାଙ୍କ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଭାରତରେ ବ୍ଲକ ହୋଇ ସାରିଛି ।
ଗୃହ ମନ୍ତ୍ରଣାଳୟ ଉତ୍ତେଜନାମୂଳକ ଭାଷଣ, ସାଂପ୍ରଦାୟିକ ସାମଗ୍ରୀ, ମିଥ୍ୟା, ଭ୍ରମିତ ଖବର, ଭାରତୀୟ ସେନା ଓ ସୁରକ୍ଷା ଏଜେନ୍ସିକୁ ବଦନାମ କରିବା ଆଦି କାରଣରୁ ଏହି ସବୁ ଚ୍ୟାନେଲକୁ ଭାରତରେ ବ୍ଲକ କରାଯାଇଛି । ଏହି ଚ୍ୟାନେଲରେ ଡନ ନ୍ୟୁଜ, ସମା ଟିଭି, ଏଆରୱାଇ ନ୍ୟୁଜ, ଜିଓ ନ୍ୟୁଜ ପରି ୟୁଟ୍ୟୁବ ଚ୍ୟାନେଲ ସାମିଲ । ଏହା ବ୍ୟତୀତ ପାକିସ୍ତାନର କିଛି ପୂର୍ବତନ କ୍ରିକେଟର ଓ କ୍ରୀଡା ସାମ୍ବାଦିକଙ୍କ ଚ୍ୟାନେଲ ମଧ୍ୟ ବ୍ଲକ ହୋଇଛି ।
ଏଥିରେ ଶୋଏବ ଅଖତର, ତନବୀର ଅହମ୍ମଦ, ବାସିତ ଅଲ୍ଲୀ, ରମିଜ ରାଜାଙ୍କ ୟୁଟ୍ୟୁବ ଚ୍ୟାନେଲ ସାମିଲ । କିନ୍ତୁ ଭାରତ ବିରୋଧରେ ସର୍ବଦା ବିଷ ଓଗାଳୁଥିବା ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କ ୟୁଟ୍ୟୁବ ଚ୍ୟାନେଲ ବ୍ଲକ ହୋଇ ନାହିଁ । ତାଙ୍କ ଚ୍ୟାନେଲର ସବସ୍କ୍ରାଇବର ସଂଖ୍ୟା ୧୨ ଲକ୍ଷରୁ ଅଧିକ । କିନ୍ତୁ ସେ ନିଜର ୟୁଟ୍ୟୁବ ଚ୍ୟାନେଲ ପାକିସ୍ତାନ ପରିବର୍ତ୍ତେ ୟୁଏଇରୁ ଚଲାନ୍ତି ।
ପାକସ୍ତାନର ବ୍ୟାନ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲ
ପାକସ୍ତାନର ବ୍ୟାନ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲ
ସୋଏବ ଅଖତର ୧୦୦ଏମପିଏଚ
ତନବୀର ସେଜ
ବାସିତ ଅଲ୍ଲୀ ଶୋ
ରିଜୱାନ ହାଇଦର ୱାନ
ଆପକାମୋହସିନଅଲ୍ଲୀ
ବିବିଏସସ୍ପୋର୍ଟ୍ସ
କଟବିହାଇଣ୍ଡ
ଏ ସ୍ପୋର୍ଟ୍ସ
ସ୍ପୋଟ ସେଂଟ୍ରାଲ ବାଏ ଡିଆରଏମ
ସମା ସ୍ପୋର୍ଟ୍ସ
ରଫତାର ସ୍ପୋର୍ଟ୍ସ
ୟୁଜେର ସ୍ପୋର୍ଟ୍ସ