ପାରାଦୀପ : ହୁତୁହୁତୁ ହୋଇ ଜଳିଲା ପାଇପ । ପାରାଦୀପ ଜିରୋ ପଏଣ୍ଟ ନିକଟରେ ଥିବା ଟେକ୍ନୋମାଉଣ୍ଟ-ମେଣ୍ଟାଲକ୍ରାଫ୍ଟ କମ୍ପାନୀ ପାଇପ ଷ୍ଟକୟାର୍ଡରେ ଲାଗିଲା ଭୟଙ୍କର ନିଆଁ । ଦୀର୍ଘ ୩ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ହେଲା ଆୟତ୍ତ । କମ୍ପାନୀ ପରିସର ମଧ୍ୟରେ ଗଛିତ ଥିବା ପାଇପ ଗୁଡିକ ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଏହି ପାଇପ୍ ସମୁଦ୍ର ମଧ୍ୟରୁ କ୍ଲୁଡ୍ ଅଏଲ୍ ଆସିବା ପାଇଁ ବ୍ୟବହୃତ ହୋଇଥାଏ। ତେବେ ଗଛିତ ଥିବା ପାଇପର ଚତୁର୍ପାଶ୍ବରେ ପ୍ଲାଷ୍ଟିକ ଓ ରବର କୋଟେଡ୍ ଥିବା ରୁ କୌଣସି କାରଣ ରୁ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳି ଯାଇଥିଲା। ଘଟଣାସ୍ଥଳରେ ନିଆଁକୁ ଆୟତ କରିବା ପାଇଁ ୫ରୁ ଉର୍ଦ୍ଧ ଅଗ୍ନିଶମ ବାହିନୀ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଥିବା ବେଳେ ଆଇଓସିଏଲ୍ ପକ୍ଷରୁ ଅଗ୍ନିକାଣ୍ଡର କାରଣ ଖୋଜାଚାଲିଛି ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।