ଛତିଶଗଡ଼: ମାଓ ଅପରେସନ ବେଳେ ଯବାନଙ୍କୁ ବଡ଼ ସଫଳତା। ମାଟି ତଳୁ ବୋତଲ ବୋମା ଠାବ କଲେ ସୁରକ୍ଷାକର୍ମୀ। ଏଥିସହ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ପ୍ରୟାସରେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି। ଅର୍ଦ୍ଧସାମରିକ ବାହିନୀ ଦ୍ୱାରା ଛତିଶଗଡ ରାଜ୍ୟ ଧମତରି ଜିଲ୍ଲାରେ ସର୍ଚ୍ଚ ଅପରେସନ ପାଇଁ ଯାଇଥିବା ଯବାନଙ୍କୁ ଏହି ବଡ଼ ସଫଳତା ମିଳିଛି।
ସୈନିକମାନଙ୍କୁ ଖଲ୍ଲାରି ଥାନା ଅଞ୍ଚଳର ଚାମେଣ୍ଡା ଏବଂ ସାଲେଭଟ ଜଙ୍ଗଲରେ ନକ୍ସଲ କାର୍ୟ୍ୟକଳାପ ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ତେବେ ଏହା ପରେ ଡିଆରଜି ଏବଂ ସିଏଏଫ୍ ସୈନିକ ନକ୍ସଲ ବିରୋଧୀ ଅଭିଯାନରେ ବାହାରି ୩ଟି କୁକର ବୋମା, ୨ଟି ପାଇପ୍ ବୋମା, ଗୋଟିଏ ଟିଫିନ୍ ବୋମା ଜବତ କରିଥିଲେ। ବୋମା ଗୁଡ଼ିକୁ ‘ବିଡିଏସ୍’ ନିଷ୍କ୍ରିୟ ଟିମ୍ ଦ୍ୱାରା ବୋମା ନିଷ୍କ୍ରିୟ କରାଯାଇଛି। ନକ୍ସଲଙ୍କ ଦ୍ୱାରା ସୈନିକଙ୍କୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଜଙ୍ଗଲରେ ଏହା ଲଗାଯାଇଥିବା ପ୍ରକାଶ କରିଛନ୍ତି ଅଧିକାରୀ ଅତିରିକ୍ତ ଆରକ୍ଷୀ ଅଧିକାରୀ । ଏଥି ସହିତ ୱାକିଟକି ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବହୁ ପରିମାଣରେ ଉଦ୍ଧାର କରାଯାଇଛି । ଏହି ଘଟଣାର ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।