ନୂଆଦିଲ୍ଲୀ: ରଣବୀର ଆହ୍ଲାବାଦିଆଙ୍କୁ ସର୍ବୋଚ୍ଚ ଅଦାଲତରୁ ଆଶ୍ୱସ୍ତି ମିଳିଛି । ସେ ଏବେ ବିଦେଶ ଗସ୍ତ କରିପାରିବେ । ରଣବୀରଙ୍କ ଜବତ ପାସପୋର୍ଟକୁ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ରଣବୀରଙ୍କୁ ଅନୁମତି ପ୍ରଦାନ କରିଛନ୍ତି ।
ସୁପ୍ରିମକୋର୍ଟ ନ୍ୟାୟାଧୀଶ ସୂର୍ଯ୍ୟକାନ୍ତ ଏବଂ ନ୍ୟାୟାଧୀଶ ଏନ୍ କୋଟିଶ୍ୱର ସିଂ ମାମଲାର ସୋମବାର ଶୁଣାଣି କରିଛନ୍ତି । ଆସାମ ଏବଂ ମହାରାଷ୍ଟ୍ର ସରକାର ତଦନ୍ତ ସମୂର୍ଣ୍ଣ ହେଲା ବୋଲି କୋର୍ଟକୁ କହିଛନ୍ତି । ମହାରାଷ୍ଟ୍ର ସାଇବର ପୋଲିସ ନିକଟରେ ପାସପୋର୍ଟ ଫେରାଇବାକୁ ଆବେଦନ କରିବାକୁ ରଣବୀରଙ୍କୁ କହିଛନ୍ତି । ରଣବୀରଙ୍କ ପକ୍ଷରୁ ଅଭିନବ ଚନ୍ଦ୍ରଚୁଡ଼ ପକ୍ଷ ରଖିଛନ୍ତି । ମହକିଲଙ୍କ ବିରୁଦ୍ଧରେ ଥିବା ଏଫ୍ଆଇଆରଗୁଡ଼ିକୁ ଗୋଟିଏ ସ୍ଥାନକୁ ଆଣି ପରବର୍ତ୍ତୀ ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଫେବୃଆରୀ ୧୮ ତାରିଖରେ, ଏକ ୟୁଟ୍ୟୁବ୍ ଶୋ’ ସମୟରେ ତାଙ୍କ ମନ୍ତବ୍ୟ ଉପରେ ଦାୟର ହୋଇଥିବା ଅନେକ ଏଫ୍ଆଇଆରରେ ସୁପ୍ରିମକୋର୍ଟ ଆହ୍ଲାବାଦିଆଙ୍କୁ ଗିରଫଦାରୀରୁ ରକ୍ଷା କରିଥିଲେ । ପୋଲିସ ନିକଟରେ ତାଙ୍କ ପାସପୋର୍ଟ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସୁପ୍ରିମକୋର୍ଟ ମାର୍ଚ୍ଚ ୩ ତାରିଖରେ "ନୈତିକତା ଏବଂ ଶାଳୀନତା" ବଜାୟ ରଖି ପୋଡକାଷ୍ଟ "ଦି ରଣବୀର ଶୋ" ପୁଣି ଥରେ ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରିଥିଲେ । ବିୟର ବାଇସେପସ୍ ନାମରେ ରଣବୀର ଏକ ଶୋ ଚଲାନ୍ତି ।
ମାତ୍ର ସମୟ ରାଇନାଙ୍କ ୟୁଟ୍ୟୁବ୍ ଶୋ’ "ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ୍" ରେ ପିତାମାତା ଏବଂ ଯୌନ ସମ୍ପର୍କରେ ଉପରେ ବିବାଦୟୀ ମନ୍ତବ୍ୟ ଦେବା ପରେ ରଣବୀର ବିବାଦକୁ ଆସିଥିଲେ ।