ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଭିଡ଼ିଓ ଦେଖିବାରୁ ଜଣେ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଧକ୍କା ଦେବାକୁ ଚେଷ୍ଟା କରାଯାଇଛି । ଏ ନେଇ ସମ୍ପୃକ୍ତ ଯୁବକ ଜଣକ ଜିଆରପି ଥାନାରେ ଅଭିଯୋଗ କରିଛନ୍ତି ।
ଜିଆରପିର ସୂଚନା ମୁତାବକ, ରବିବାର ଜଣେ ଯୁବକ ଭୋପାଲ-ଇନ୍ଦୋର ପାସେଞ୍ଜର ଟ୍ରେନରେ ଯାତ୍ରା କରୁଥିଲେ । ଏହି ସମୟରେ ସେ ମୋବାଇଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କିତ ଭିଡ଼ିଓ ଦେଖିଥିଲେ । ଦୁଇ ଜଣ ଅପରିଚିତ ଯୁବକ ତାଙ୍କ ସହିତ ପ୍ରଥମେ ଝଗଡ଼ା କରିଥିଲେ । ଏହା ପରେ ତାଙ୍କୁ ଚଳନ୍ତା ଟ୍ରେନରୁ ଧକ୍କା ଦେବାକୁ ଧମକ ଦେଇଥିଲେ ।
ଏ ନେଇ ସମ୍ପୃକ୍ତ ଯୁବକ ଜଣକ ଜିଆରପି ଥାନା ଏତଲା ଦେଇଛନ୍ତି । ପୋଲିସ ବିଏନ୍ଏସ୍ ୧୧୮ (୧), ୨୯୬ ଓ ୩୫୧ ଆଧାରରେ ମାମଲା ରୁଜୁ କରିଛି । ଦୁଇ ଅଜଣା ଯୁବକଙ୍କୁ ଧରିବାକୁ ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ଜିଆରପି ଅଫିସର ରଶ୍ମି ପାଟିଦାର ।