ରୋହିତଙ୍କୁ ମିଳିପାରେ ବଡ ଦାୟିତ୍ୱ, ହୋଇପାରନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ୍ !
Khabar Odisha:Rohit-could-get-a-big-responsibility-he-could-be-the-captain-of-Team-India
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୩(ଖବର ଓଡିଶା):

ଭାରତୀୟ କ୍ରିକେଟ୍ ଟିମ୍‌ରେ ଆସନ୍ତା କିଛି ଦିନ ଭିତରେ ବଡ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ବିରାଟ କୋହଲି ଅଧିନାୟକ ପଦ ଛାଡିବେ ବୋଲି ଚର୍ଚ୍ଚା ହେଉଛି । ଟି-ଟ୍ୱଣ୍ଟି ବିଶ୍ୱକପ ପରେ ଟି-ଟ୍ୱଣ୍ଟି ଏବ ଓଡିଆଇ ଦଳର ଅଧିନାୟକତ୍ୱ ଛାଡିବେ ବୋଲି ଜଣାପଡିଛି । ଆଉ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ପଦ ମିଳିପାରେ । 

ବିରାଟ କୋହଲି ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଏହି ବଡ ପଦକ୍ଷେପ ନେବେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ୩୨ ବର୍ଷୀୟ କୋହଲି ଟିମ୍ ଇଣ୍ଡିଆର ସଫଳ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି । ଅଷ୍ଟ୍ରେଲିଆ ଗସ୍ତ ପରେ ବିରାଟ କୋହଲି, ରୋହିତ ଶର୍ମା ଦଳ ପରିଚାଳନା ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ୟୁଏଇ ଏବଂ ଓମାନରେ ୧୭ ଅକ୍ଟୋବରରୁ ୧୪ ନଭେମ୍ବର ମଧ୍ୟରେ ଟି-ଟ୍ୱିଣ୍ଟି ବିଶ୍ୱକପ ମ୍ୟାଚ୍ ଅନୁଷ୍ଠିତ ହେବ । 

ସେପଟେ ବିରାଟ ବାପା ହେବା ପରେ ବ୍ୟାଟିଂ ଉପରେ ଫୋକସ କରିଏହି ପଦକ୍ଷେପ ନେଇପାରନ୍ତି । ଏନେଇ ବିରାଟ ନିଜେ ଘୋଷଣା ପାରନ୍ତି । ତେବେ ସେ ବ୍ୟାଟିଂ ଉପରେ ଧ୍ୟାନ ଦେବା ଏବଂ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବା ତାଙ୍କ ପାଇଁ ଅଧିକ ଜରୁରୀ । ରୋହିତ ଶର୍ମା ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ ଟାଇଟଲ ଦେଇଛନ୍ତି ।

  • Tags:

Subscribe

National International State Sports Entertainment