ନୂଆଦିଲ୍ଲୀ: ଏସିଆ କପ୍-୨୦୨୫ର ଫାଇନାଲ ମ୍ୟାଚରେ ପାକିସ୍ତାନକୁ ଭାରତ ୫ ୱିକେଟ୍ରେ ପରାସ୍ତ କରଛି। ଟିମ ଇଣ୍ଡିଆର ଏହି ବିଜୟ ନେଇ ପୂରା ଦେଶରେ ଖୁସିର ମାହୋଲ ଦେଖାଯାଇଛି। ଭାରତୀୟ ଟିମ୍ର ଏହି ବିଜୟରେ ଚାରିଆଡୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ଭାରତୀୟ ଟିମ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଭାରତୀୟ ଟିମ୍ ଏସି୍ରା କପ୍-୨୦୨୫ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚରେ ପରାସ୍ତ ହୋଇନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପୂରା ନିଜର ଆଧିପତ୍ୟ ବିସ୍ତାରଲାଭ କରିଥିଲା। ଭାରତୀୟ ଟିମ୍ର ଉଜ୍ବଳ ଭବିଷ୍ୟତ କାମନା କରୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି, ଖେଳ ପଡ଼ିଆରେ ଅପରେସନ୍ ସିନ୍ଦୂର ଦେଖିବାକୁ ମିଳିଲା। ଭାରତର ବିଜୟ ପ୍ରଶଂସନୀୟ। ଭାରତୀୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଉଛି।
ପାର୍ବଣ ଋତୁରେ ଭାରତୀୟ ଟିମ୍ ଏସିଆ କପ୍-୨୦୨୫ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ପରାସ୍ତ କରି ଚାମ୍ପିଅ ହୋଇଛି। ଭାରତୀୟ ଟିମ୍କୁ ଶୁଭେଚ୍ଛା ଜଣାଉଛି।
ସୂଚନାଯୋଗ୍ୟ, ଯୁଦ୍ଧ ମଇଦାନ ପରେ କ୍ରିକେଟ୍ ମଇଦାନରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ । ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ଭାରତ ପାକିସ୍ତାନକୁ ୫ ୱିକେଟରେ ହରାଇ ଏସିଆ କପ୍ ଚାମ୍ପିଅନ ହୋଇଛି ଭାରତ। ଆଉ ଭାରତକୁ ବିଜୟ ତିଳକ ପିନ୍ଧାଇଛନ୍ତି ତିଳକ ବର୍ମା। ଏହି ବାମହାତୀ ବ୍ୟାଟର ସ୍ମରଣୀୟ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳି ଭାରତକୁ ବିଜୟୀ କରାଇଛନ୍ତି। ଭାରତ ନବମ ଥର ଏସିଆ କପ୍ ଟାଇଟଲ୍ ଜିତିଥିବା ବେଳେ ଶେଷ ପର୍ଯ୍ୟନ୍ତ ଲଢି ଧୂଳି ଚାଟିଛି ପାକିସ୍ତାନ।
ଅଧିକ ପଢ଼ନ୍ତୁ: ବାଂଲାଦେଶ ଦୁର୍ଗାପୂଜାରେ ୨ ଲକ୍ଷ ସୁରକ୍ଷା ବାହିନୀ ମୁତୟନ