ନୂଆଦିଲ୍ଲୀ: ଯଦି ସବୁ କିଛି ଠିକ୍ ରହେ ତେବେ ଆଇପିଏଲର ସବୁଠୁ ବଡ ଡିଲ୍ ଆମକୁ ଆଗାମୀ କିଛି ସମୟରେ ଦେଖିବାକୁ ମିଳିପାରେ । ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଆଇପିଏଲର ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ କିଣିବାକୁ ଯୋଜନା କରିଛନ୍ତି । ଏହାକୁ ନେଇ ଆରସିବିର ବର୍ତ୍ତମାନ ମାଲିକାନାରେ ଥିବା କମ୍ପାନି ଡିଆଜିଓ ପିଏଲସି ସହ ଅଦାର ପୁନାୱାଲାଙ୍କ ଆଲୋଚନା ଚାଲିଛି ।
ତେବେ ଏହାକୁ ନେଇ ଡିଆଜିଓ ଇଣ୍ଡିଆ ଓ ପୁନାୱାଲାଙ୍କ ଅଫିସରୁ କୌଣସି ସୂଚନା ସାମ୍ନାକୁ ଆସିନି । ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଡିଆଜିଓ ପିଏଲସି ଆରସିବି ମଧ୍ୟରେ ପୁରା ଅଂଶ ବିକିବା ନେଇ ବିଚାର ଚାଲିଛି । ଡିଆଜିଓ ପିଏଲସି ୟୁନାଇଟେଡ ସ୍ପିରିଟର ମୂଳ କମ୍ପାନି । ଆଇପିଏଲରେ ଆରସିବି ସବୁଠୁ ମୂଲ୍ୟବାନ ବା ଭେଲ୍ୟୁଏସନ କମ୍ପାନି ।
ବିଜନେସ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁଯାୟୀ, ଆରସିବିର ଅଧିଗ୍ରହଣ ପାଇଁ ଅନ୍ୟ ଇଚ୍ଛୁକ ପକ୍ଷଙ୍କ ମଧ୍ୟରେ ଅଦାର ପୁନାୱାଲା ସବୁଠୁ ଆଗରେ ଅଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ବ୍ରିଟିଶ ବହୁ ରାଷ୍ଟ୍ରୀୟ ମାଦକ ପେୟ କମ୍ପାନି ଆରସିବିର ମୂଲ୍ୟାଙ୍କନ ପ୍ରାୟ ୨ ବିଲିୟନ ଡଲାର ଆଶା କରୁଛି । ଏପରିକି ବ୍ୟବସାୟିକ ମାମଲାରେ ଆରସିବି ଚଳିତ ସଂସ୍କରଣରେ ଶୀର୍ଷରେ ଥିଲା ।
ଫେବୃଆରୀରେ ଅହମ୍ମଦାବାଦ ସ୍ଥିତ ଟୋରେଣ୍ଟ ଗ୍ରୁପ ନିଜ ହୋଲର୍ଡିଂ କମ୍ପାନି ଟୋରେଣ୍ଟ ଇନଭେଷ୍ଟମଣ୍ଟ ଜରିଆରେ ଗୁଜରାଟ ଟାଇଟନ୍ସରେ ୬୭ ପ୍ରତିଶତ ଭାଗିଦାରୀ ହାସଲ କରିଥିଲା । ଏଥିପାଇଁ ହୋଇଥିିବା ରାଜିନାମାର ମୁଲୟ ଥିଲା ୫ ହଜାର କୋଟି । ଏଥିରେ ଜିଟିର ମୂଲ୍ୟାଙ୍କନ ପ୍ରାୟ ୭ ହଜାର ୪୫୩ କୋଟି ଟଙ୍କା ଥିଲା । ତେବେ ଆରସିବିର ଭେଲ୍ୟୁଏସନ ପ୍ରାୟ ୧୭ ହଜାର କୋଟି ହେବ । ଏହିପରି ଭାବେ ଆଇପିଏଲରେ ଆରସିବି ସହ ସବୁଠୁ ବଡ ଡିଲ୍ ହୋଇପାରେ ।
Also read: ଏସିସି ବୈଠକରେ ନକଭିଙ୍କ ଦାବି: କ୍ୟାପଟେନ୍ ସୂର୍ଯ୍ୟ କୁମାର ନିଜେ ଆସି ଟ୍ରଫି ନେବେ