ନୂଆଦିଲ୍ଲୀ: ପ୍ୟାରିସରେ ଜାରି ଅଲିମ୍ପିକ୍ସ-୨୦୨୪ରୁ ଭାରତ ଆଜି ପଦକ ଆଶା ରଖିଛି। ଗତ ୨୫ରୁ ଆରମ୍ଭ ହୋଇଥିବା ଭାରତୀୟ ଅଭିଯାନ ରବିବାର ଦିନ ମଧ୍ୟ ଭାରତର ବ୍ୟାଗକୁ ୨ଟି ପଦକ ମିଳିବ ବୋଲି ଆଶା କରାଯାଉଛି। ପ୍ରଥମ ପଦକ ଶୁଟିଂରୁ ମିଳିପାରେ। ଏହା ବ୍ୟତୀତ ତୀରନ୍ଦାଜୀରୁ ଭାରତକୁ ପଦକ ମିଳିପାରେ। ଶୁଟିଂରେ ମନୁ ଭାସ୍କର ପ୍ରଥମ ପଦକ ଦେଇପାରନ୍ତି।
ସୂଚନାଯୋଗ୍ୟ, ଭାରତ ଶୁଟିଂରେ ଶେଷ ଥର ପାଇଁ ୨୦୧୨ରେ ପଦକ ଜିତିଥିଲା। ଯଦି ଆଜି ମନୁ ଭାସ୍କର ପଦକ ଜିତନ୍ତି, ସେ ଶୁଟିଂରେ ଅଲିମ୍ପିକ୍ସ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେବେ। ତେବେ ଏବେ ଦେଖିବାର ଅଛି ଯେ, ସୁନା ଆଣିପାରୁଛନ୍ତି କି ନାହିଁ। ମନୁ ଭାସ୍କର ୧୦ମିଟର ଏୟାର ପିସ୍ତଲର ଫାଇନାଲ ପ୍ରତିଯୋଗିତାକୁ ଓହ୍ଲାଇବେ। ଏହା ବ୍ୟତୀତ ଅଙ୍କିତା ଭକ୍ତ, ଦୀପିକା କୁମାରୀ ଓ ଭଜନ କୌରଙ୍କ ମହିଳା ତୀରନ୍ଦାଜୀର ଟିମ୍ ଗୁରୁବାର ରାଙ୍କିଙ୍ଗ ରାଉଣ୍ଡରେ ୪ର୍ଥ ସ୍ଥାନ ହାସଲ କରିଥିଲେ। ସନ୍ଧ୍ୟା ୫ଟା ୪୫ରେ କ୍ବାର୍ଟର ଫାଇନାଲରେ ଆୟାଜକ ଫ୍ରାନ୍ସ ଅଥବା ନେଦରଲାଣ୍ଡକୁ ମୁକାବିଲା କରିବ। ଯଦି ଏଠାରେ ଟିମ୍ ସେମିଫାଇନାଲରେ ହାରିଯାଏ ରାତି ୮ଟା ୧୮ରେ କାଂସ୍ୟ ପଦକ ପାଇଁ ଖେଲିବ। ଯଦି ସେମିଫାଇନାଲରେ ବିଜୟ ମିଳେ ରାତି ୮ଟା ୪୧ରେ ସ୍ବର୍ଣ୍ଣ ପଦକ ପାଇଁ ଖେଳିବ।
ଆଜି ଭାରତର କ୍ରୀଡ଼ା ସୂଚୀ
ତୀରନ୍ଦାଜୀ: ସନ୍ଧ୍ୟା ୫ଟା ୪୫: ଅଙ୍କିତା ଭକ୍ତ, ଦୀପିକା କୁମାରୀ ଓ ଭଜନ କୌର
ଶୁଟିଂ:
-ମହିଳା ୧୦ ମିଟର ରାଇଫଲ ଶୁଟିଂ ଯୋଗ୍ୟତା ପର୍ଯ୍ୟାୟ: ଇଲାଭେନିଲ ବଲାରିୱନ ଓ ରମିତା ଜିନ୍ଦଲ
-ପୁରୁଷ ୧୦ ମିଟର ଏୟାର ରାଇଫଲ ଶୁଟିଂ ଯୋଗ୍ୟତା ପର୍ଯ୍ୟାୟ: ସନ୍ଦୀପ ସିଂହ ଓ ଅର୍ଜୁନ ବାବୁତା
-ମହିଳା ୧୦ ମିଟର ଏୟାର ପିସ୍ତଲ ଫାଇନାଲ: ମନୁ ଭାସ୍କର-ଅପରାହ୍ଣ ୩ଟା ୩୦
ରୋଇଂ:
ପୁରୁଷ ଏକକ ସ୍କଲ୍ସ ରେପେଚେଜ ୨- ବଲରାଜ ପୱାର- ଅପରାହ୍ଣ ୧ଟା ୧୮
ବକ୍ସିଂ:
ମହିଳା ୫୦କିଲୋ ରାଉଣ୍ଡ ଅଫ୍ ୩୨- ନିକହତ ଜରୀନ ବନାମ ୱୋ ମେକ୍ସି କେରିନା କ୍ଲୋଏଜେର- ଅପରାହ୍ଣ ୩ଟା ୫୦
ବ୍ୟାଡମିଣ୍ଟନ :
ମହିଳା ଏକକ ଗ୍ରୁପ: ପିଭି ସନ୍ଧୁ ବନାମ ଫାତିମଥ ନବାହା ଅବଦୁଲ ରଜ୍ଜାକ- ଅପରାହ୍ଣ ୧୨ଟା ୫୦
ପୁରୁଷ ଏକକ ଗ୍ରୁପ: ଏଚଏସ୍ ପ୍ରଣୟ ବନାମ ଫେବିୟନ ରୋଥ- ରାତି ୮ଟା
ଟେବୁଲ ଟେନିସ:
ମହିଳା ଏକକ ରାଉଣ୍ଡ ଅଫ୍ ୬୪: ଶ୍ରୀଜା ଅକୁଲା ବନାମ କ୍ରିଷ୍ଟୀନା କାଲବର୍ଗ – ଅପରାହ୍ଣ ୨ଟା ୧୫
ପୁରୁଷ ଏକକ ରାଉଣ୍ଡ ଅଫ୍ ୬୪- ଶରତ କମଲ ମନାମ ଡେନି କୋଜୁଲ – ଅପରାହ୍ଣ ୩ଟା
ମହିଳା ଏକକ ରାଉଣ୍ଡ ଅଫ୍ ୬୪- ମନିକା ବତ୍ରା ବନାମ ଅନ୍ନା ହର୍ସେ- ସନ୍ଧ୍ୟା ୪ଟା ୩୦
ଟେନିସ:
ପୁରୁଷ ଡବଲ୍ସର ପ୍ରଥମ ରାଉଣ୍ଡ: ରୋହନ ବୋପନ୍ନା/ଏନ୍ ଶ୍ରୀରାମ ବାଲାଜୀ ବନା ଗେଲ ମୋନଫିଲ୍ପ/ଏଡୋର୍ଡରୋଜର-ବାସେଲିନ- ଅପରାହ୍ଣ ୩ଟା ୩୦
ପୁରୁଷ ପ୍ରଥମ ରାଉଣ୍ଡ: ସୁମିତ ନାଗଲ ବନାମ କୋରେଣ୍ଟିନ ମୋଟେଟ- ଅପରାହ୍ଣ ୩ଟା ୩୦