ହକି ପ୍ରୋ ଲିଗ୍ ଟିକେଟ୍ ପାଇଁ ଲମ୍ବା ଲାଇନ୍ : ଅଫଲାଇନରେ ଟିକେଟ୍ ବିକ୍ରି ଆରମ୍ଭ
Khabar Odisha:Offline-ticket-sales-for-Hockey-Pro-League-begins
ଖବର ଓଡିଶା : 06/03/2023

 କମିନି ହକି କ୍ରେଜ୍ । ହକି ପ୍ରୋ ଲିଗ୍ ମ୍ୟାଚର ଟିକେଟ ନେବାକୁ ଲାଗିଲାଣି ଲମ୍ବା ଲାଇନ୍ । ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଆଗରେ ସକାଳୁ ସକାଳୁ ହକି ପ୍ରେମୀଙ୍କ ଗହଳି ଦେଖିବାକୁ ମିଳିଛି । ବିର୍ସା ମୁଣ୍ଡା ଷ୍ଟାଡିୟମର ଗେଟ୍ ନଂ ୨ ଓ ଗେଟ୍ ନଂ ୬ରେ ଦୁଇଟି ପୃଥକ୍ କାଉଣ୍ଟରରେ ଟିକେଟ ବିକ୍ରିର ବ୍ୟବସ୍ଥା ହୋଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୭ଟା ଯାଏ ଟିକେଟ୍ ବିକ୍ରି ହେଉଛି। ତେବେ ମାର୍ଚ୍ଚ ୮ ତାରିଖରେ ହୋଲି ଉତ୍ସବ ଥିବାରୁ ଉକ୍ତ ଦିନ ଅପରାହ୍ନ ୪ଟାରୁ ୭ଟା ଯାଏ ଟିକେଟ୍ ଉପଲବ୍ଧ ହେବ। ଏହାସହ ପ୍ରଶଂସକମାନେ ଅନଲାଇନରେ କିଣିଥିବା ଟିକେଟ୍ ମଧ୍ୟ ଏଠାରୁ ନେଇପାରିବେ। ଆସନ୍ତା 10 ରୁ 15 ତାରିଖରେ ଆରମ୍ଭ ହେବାକୁ ଯାଉଛି ଏଫ ଆଇ ଏଚ ପ୍ରୋ ଲିଗ l ବିଶ୍ୱ ବିଜୟୀ ଜର୍ମାନ, ଭାରତ ଓ ଅଷ୍ଟ୍ରେଲିଆ ଭିତରେ ହେବ ଫାଇଟ। FIH ହକି ପ୍ରୋ ଲିଗରେ ୧୦ ତାରିଖ ଦିନ ଭାରତ ଓ ଜର୍ମାନୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଵ। ୧୧ ତାରିଖରେ ଜର୍ମାନୀ ଓ ଅଷ୍ଟ୍ରେଲିଆ, ୧୨ ତାରିଖରେ ଭାରତ ଅଷ୍ଟ୍ରେଲିଆ, ୧୩ ତାରିଖରେ ଭାରତ-ଜର୍ମାନୀ, ୧୪ ତାରିଖରେ ଜର୍ମାନୀ-ଅଷ୍ଟ୍ରେଲିଆ ଓ ୧୫ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ପ୍ରତ୍ୟେକ ମ୍ୟାଚ୍ ରାତି ୭ଟାରୁ ଆରମ୍ଭ ହେବ।

Subscribe

National International State Sports Entertainment