ଖବର ଓଡ଼ିଶା: ପାକିସ୍ତାନୀ ସାମ୍ବାଦିକ ସୋସିଆଲ ମିଡିଆରେ ମହମ୍ମଦ ରିଜୱାନଙ୍କୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ତୁଳନା କରିଛନ୍ତି । ଯାହାକୁ ଦେଖିବା ପରେ ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂ ଭୀଷଣ ରାଗି ଯାଇଛନ୍ତି । ହରଭଜନ ଏଥିରେ କ୍ରୋଧିତ ହୋଇ ସାମ୍ବାଦିକଙ୍କୁ ସର୍ବସାଧାରଣରେ ଉପହାସ କରିଛନ୍ତି । ଭାଇ ତୁମେ କ’ଣ ଫୁଙ୍କ ମାରୁଛ ବୋଲି ହରଭଜନ ପ୍ରଶ୍ନ କରିଛନ୍ତି ।
ପାକିସ୍ତାନୀ ସାମ୍ବାଦିକ ଫରିଦ ଖାନ ସୋସିଆଲ ମିଡିଆରେ ଧୋନୀ ଏବଂ ରିଜୱାନଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଏମଏସ ଧୋନୀ ଏବଂ ମହମ୍ମଦ ରିଜୱାନ କିଏ ଭଲ? ମୋତେ ସଚ୍ଚୋଟ ଭାବରେ କୁହ । ସାମ୍ବାଦିକ ମହମ୍ମଦ ରିଜୱାନଙ୍କୁ ଭାରତର ଦୁଇଥର ବିଶ୍ୱ ବିଜେତା ଅଧିନାୟକ, ଉତ୍କୃଷ୍ଟ ଫିନିସର ତଥା ମହାନ ୱିକେଟ୍ କିପର ମହେନ୍ଦ୍ର ସିଂ ଧୋନୀଙ୍କ ସହ ତୁଳନା କରିଥିଲେ । ଏହି ପୋଷ୍ଟ ଦେଖିବା ପରେ ହରଭଜନ ନିଜକୁ ନିୟନ୍ତ୍ରଣ କରିପାରି ନ ଥିଲେ ଏବଂ ପାକିସ୍ତାନୀ ସାମ୍ବାଦିକଙ୍କ ଏହି ପ୍ରଶ୍ନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲେ । ହରଭଜନ ଉକ୍ତ ପାକିସ୍ତାନୀ ସାମ୍ବାଦିକଙ୍କୁ ପାଲଟା ପ୍ରଶ୍ନ ପଚାରିଥିଲେ ।
ହରଭଜନ ଲେଖିଛନ୍ତି, "ଆଜିକାଲି ତୁମେ କ’ଣ ଫୁଙ୍କ ମାରୁଛ ? କ’ଣ ଏକ ନିର୍ବୋଧ ପ୍ରଶ୍ନ । ସେ କହିଛନ୍ତି ଯେ ଭାଇମାନେ ତାଙ୍କୁ କୁହ, ଧୋନି ରିଜୱାନଠାରୁ ଆଗରେ ଅଛନ୍ତି । ଯଦି ଆପଣ ରିଜୱାନଙ୍କୁ ମଧ୍ୟ ପଚାରନ୍ତି, ତେବେ ସେ ଆପଣଙ୍କୁ ଏକ ସଚ୍ଚୋଟ ଉତ୍ତର ଦେବେ । ସେ ରିଜୱାନଙ୍କୁ ପସନ୍ଦ କରନ୍ତି ବୋଲି କହିଛନ୍ତି । ସେ ଜଣେ ଭଲ ଖେଳାଳି ଏବଂ ସେ ନିଷ୍ଠାର ସହିତ ଖେଳନ୍ତି । କିନ୍ତୁ ଏହି ତୁଳନା ଭୁଲ ଅଟେ । ବିଶ୍ୱ କ୍ରିକେଟରେ ଧୋନୀଙ୍କ ଠାରି ଭଲ କେହି ନାହାଁନ୍ତି ବୋଲି ହରଭଜନ ଜବାବ ରଖିଛନ୍ତି ।