ସେଣ୍ଟ ଇଟିୟେନ୍(ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସର ଆରମ୍ଭ ଓ ଗ୍ରୁପ ଷ୍ଟେଜ୍ର ମ୍ୟାଚରେ ଅଭାବନୀୟ ପରିସ୍ଥିତି ଉପୁଜିଛି। ଫୁଟବଲ୍ ପ୍ରଶଂସକମାନେ ପଡ଼ିଆକୁ ଓହ୍ଲାଇଛନ୍ତି। ଆର୍ଜେଣ୍ଟିନାର ଖେଳାଳିଙ୍କୁ ଲକ୍ଷ୍ୟ କରି ଫୋଟକା ଫୁଟାଇଛନ୍ତି। ଏହି ଅଭାବନୀୟ ଘଟଣା ପରେ ଖେଳାଳିମାନେ ପଡ଼ିଆ ଛାଡ଼ି ପଳାୟନ କରିଛନ୍ତି।
ଅଲିମ୍ପିକ୍ସରେ ଦର୍ଶକମାନେ ଆର୍ଜେଣ୍ଟିନାର ଖେଳାଳିଙ୍କ ଉପରକୁ ଫୋଟକା ଫିଙ୍ଗିଛନ୍ତି। ଏହି କାରଣରୁ ମୋରକ୍କୋ ଓ ଆର୍ଜେଣ୍ଟିନା ମଧ୍ୟରେ ସାମୟିକ ସମୟ ପାଇଁ ମ୍ୟାଚ୍ ସ୍ଥଗିତ ରଖାଯାଇଥିଲା। କିନ୍ତୁ ୨ ଘଣ୍ଟା ପରେ ପୁଣି ଥରେ ମ୍ୟଚ୍ ଆରମ୍ଭ ହୋଇଥିଲା, ଯେଉଁଥିରେ ମୋରକ୍କୋ ଠାରୁ ଆର୍ଜେଣ୍ଟିନା ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ ଦର୍ଶକଙ୍କୁ ପଡ଼ିଆରୁ ବାହାର କରିବା ପରେ ପୁଣି ଥରେ ଖେଳାଯାଇଥିଲା।
ସୂଚନାଯୋଗ୍ୟ, ଆର୍ଜେଣ୍ଟିନା ସହିତ ମୋରକ୍କୋ ସମାନ ଗୋଲ କରିଥିଲା। ଏଥିରେ ମୋରକ୍କୋର ପ୍ରଶଂସକମାନେ ଉତ୍ତେଜିତ ହୋଇଥିଲେ। ସେମାନେ ଅଚାନକ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ। ଆର୍ଜେଣ୍ଟିନାର ଖେଳାଳିଙ୍କ ଉପରକୁ ଫୋଟକା ପିଙ୍ଗିଥିଲେ। ଫଳରେ ପଡ଼ିଆରେ ବିପରୀତ ପରିସ୍ଥିତି ଉପୁଜି ଥିଲା। ଆର୍ଜେଣ୍ଟିନାର କୋଚ ଜାଭିୟର ମାସ୍ଚେରାନୋ କହିଛନ୍ତି, ଏଭଳି ସର୍କସ ମୋ ଜୀବନରେ କେବେ ଦଖେି ନଥିଲି। ପଡ଼ିଆରେ ଆକ୍ରମଣ କାରଣରୁ ବୁଧବାର (ଜୁଲାଇ ୨୫)କୁ ସେଣ୍ଟ-ଇଟିୟେନ୍ରେ ନିଜର ପ୍ରଥମ ଅଲିମ୍ପିକ୍ସ ମ୍ୟାଚରେ ମୋରକ୍କୋ ବିପକ୍ଷରେ ଆର୍ଜେଣ୍ଟିନା ୨-୧ରେ ପରାସ୍ତ ହୋଇଛି।