ଗୌହାଟୀ: ପ୍ରଥମେ ନ୍ୟୁଜିଲାଣ୍ଡ, ଆଉ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ମାଟିରେ ହ୍ୱାଇଟ ୱାସର ଶିକାର ହୋଇଛି ଭାରତ । ବ୍ୟାଟିଂ ଓ ବୋଲିଂ ସବୁଥିରେ ଫ୍ଲପ୍ । ଆଉ ଲଜ୍ଜାଜନକ ପରାଜୟ ଭୋଗିଛି ଟିମ୍ ଇଣ୍ଡିଆ । ହୌହାଟୀରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟକୁ ଦକ୍ଷିଣ ଆଫ୍ରିକା ରେକର୍ଡ ୪୦୮ ରନରେ ଜିତିଛି । ଆଉ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଭ୍ରମଣକାରୀ ଦଳ ୨-୦ରେ ଜିତି ପାରିଛି । ଏଥି ସହ ଦୀର୍ଘ ୨୫ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ସିରିଜ୍ ଜିତିବାରେ ସଫଳ ହୋଇଛି ଦକ୍ଷିଣ ଆଫ୍ରିକା । ଭ୍ରମଣକାରୀ ଦଳ ଦ୍ୱାରା ଧାର୍ଯ୍ୟ ୫୪୯ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୪୦ ରନରେ ଅଲଆଉଟ୍ ହୋଇଛି ।
News updating...