ହକି ବିଶ୍ୱକପ ର ତୃତୀୟ ଦିନରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ସନ୍ଧ୍ୟା ୫ଟାରେ ସ୍ପେନ ଓ ଓ୍ବେଲ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ଏହାପରେ ସନ୍ଧ୍ୟା ୭ଟାରେ ଇଂଲଣ୍ଡକୁ ଭେଟିବ ଭାରତ । ଭାରତ ନିଜର ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ହୋଇଥିବା ବେଳେ ଆଜି ମଧ୍ୟ ଭଲ କରିବ ବୋଲି ଆଶା କରାଯାଉଛି । ଆଜି କଳିଙ୍ଗ ଷ୍ଟାଡିୟମରେ କୌଣସି ମ୍ୟାଚ୍ ନାହିଁ । ଗତକାଲି ଦ୍ବିତୀୟ ଦିନରେ ନ୍ୟୁଜିଲାଣ୍ଡ, ନେଦରଲ୍ୟାଣ୍ଡ, ବେଲଜିୟମ ଓ ଜର୍ମାନୀ ବିଜୟୀ ହୋଇଥିଲେ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ ଓ ଚିଲି । ଚିଲି ଗୋଟିଏ ଗୋଲ ଦେଇଥିଲେ ସୁଦ୍ଧା ୩-୧ ଗୋଲରେ ମ୍ୟାଚ ଜିତିଥିଲା ନ୍ୟୁଜିଲାଣ୍ଡ । ସେହିପରି ଅପରାହ୍ଣ ୩ ଟାରେ ମୁହାଁମୁହିଁ ହୋଇଥିଲେ ନେଦରଲ୍ୟାଣ୍ଡ ଓ ମାଲେସିଆ । ମାଲେସିଆକୁ ୦-୪ ଗୋଲରେ ପରାସ୍ତ କରିଥିଲା ନେଦରଲ୍ୟାଣ୍ଡ । କଳିଙ୍ଗରେ କୋରିଆ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ ବେଲଜୟମ ବୃହତ ବିଜୟ ହାସଲ କରିଥିଲା । କୋରିଆକୁ ୫-୦ ଗୋଲରେ ପରାଜିତ କରିଥିଲା ବେଲଜିୟମ । ସେହିପରି କଳିଙ୍ଗଷ୍ଟାଡିଅମ ରେ ଖେଳା ଯାଇଥିବା ଦ୍ବିତୀୟ ମ୍ୟାଚରେ ଜର୍ମାନୀ ୩-୦ ଗୋଲରେ ଜାପାନକୁ ପରାସ୍ତ କରିଥିଲା । ବିଜୟରୁ ଏଫଆଇଏଚ ଓଡ଼ିଶା ହକି ପୁରୁଷ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ଘରୋଇ ଟିମ ଭାରତ ଆଜି ଇଂଲଣ୍ଡକୁ ଭେଟିବ। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ। ଗ୍ରୁପ ଡି’ରେ ଥିବା ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍ ଜିତିଛନ୍ତି। ବିଶ୍ୱ ରାଙ୍କିଂରେ ଇଂଲଣ୍ଡ ୫ମ ସ୍ଥାନରେ ଥିବା ବେଳେ ଭାରତ ୬ଷ୍ଠ ସ୍ଥାନରେ ରହିଛି। ସେହିପରି ଚଳିତ ବିଶ୍ୱକପରେ ଇଂଲଣ୍ଡ ପ୍ରତିପକ୍ଷ ୱେଲ୍ସକୁ ୫-୦ରେ ହରାଇ ଟେବୁଲ ଟପ୍ରେ ରହିଛି । ଏଥିସହ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଦଖଲ କରି ଇଂଲଣ୍ଡ ମଧ୍ୟ ସିଧାସଳଖ ନକଆଉଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଭାରତ ମଧ୍ୟ ୨-୦ରେ ସ୍ପେନକୁ ହରାଇଥିଲା। ତେବେ ଦଳ ପ୍ରଥମ ମ୍ୟାଚ୍ରେ ଏକାଧିକ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଏହାକୁ ଗୋଲରେ ପରିଣତ କରିପାରି ନଥିଲା। ତେଣୁ ଦଳକୁ ଆଜି ଏହା ଉପରେ ଅଧିକ ଫୋକସ କରିବାକୁ ପଡ଼ିବ । ତେଣୁ ଆଜି ଜୋରଦାର ଟକ୍କର ହେବ।