ନୂଆଦିଲ୍ଲୀ: ଭାରତ ଶୁକ୍ରବାର ଏସିଆ କପର ୧୨ତମ ମୁକାବିଲାରେ ଓମାନକୁ ୨୧ ରନରେ ହରାଇଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଲଗାତାର ତୃତୀୟ ମ୍ୟାଚ୍ ଜିତି ଅପରାଜୟ ଭାବେ ସୁପର-୪ ମୁକାବିଲା ଖେଳିବାକୁ ଯାଉଛି । ମ୍ୟାଚ୍ ହାରିଥିଲେ ମଧ୍ୟ ଓମାନ କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଜିତିଛି । ଦଳ ଭଲ ପ୍ରଦର୍ଶନ କରି ସଂଘର୍ଷ କରି ମ୍ୟାଚରକୁ ୨୦ ଓଭର ଟାଣିଥିଲା ଓମାନ ।
ଭାରତୀୟ ଦଳ ଏହି ମ୍ୟାଚରେ ଏସିଆ କପରେ ସବୁଠୁ ବଡ ସ୍କୋର କରିଥିଲା । ମାତ୍ର ଆମିର କାଲିମ ଓ ହମ୍ମାଦ ମିର୍ଜାଙ୍କ ୯୩ ରନର ଭାଗିଦାରୀ କରି ଓମାନକୁ ବିଜୟର ନିକଟତର କରାଇଥିଲେ । ଡେଭ ଓଭରରେ ଅଧିନାୟକ ସୂର୍ଯ୍ୟକୁମାରଙ୍କ ମୁସ୍କିଲ କିଛି ସମୟ ପାଇଁ ବଢିଥିଲା । ଆମିର କାଲିନ ୪୬ ବଲରୁ ୬୪ ରନ କରିଥିଲେ । ହମ୍ମାଦ ମିର୍ଜା ୩୦ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ ଦମଦାର ଇନିଂସ ଖେଳିଥିଲେ ।
ପରିସ୍ଥିତି ଏପରି ହୋଇଥିଲା ଯେ ଶେଷ ତିନି ଓଭରରେ ଓମାନକୁ ବିଜୟ ପାଇଁ ୪୮ ରନ ଆବଶ୍ୟକ ଥିଲା। ୧୮ତମ ଓଭରର ଚତୁର୍ଥ ବଲରେ ଆମିର କଲିମ ଏକ ଚମତ୍କାର ସଟ୍ ଖେଳିଥିଲେ, କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ବାଉଣ୍ଡରୀରେ ଏକ ଚମତ୍କାର କ୍ୟାଚ୍ ନେଇଥିଲେ, ଯାହା ମ୍ୟାଚ୍କୁ ପ୍ରାୟ ଭାରତ ସପକ୍ଷରେ ରଖିଥିଲା। ଏହି କ୍ୟାଚ୍ ପରେ ଓମାନ ଶୀଘ୍ର ତିନୋଟି ୱିକେଟ ହରାଇଲା। ଟିମ୍ ଇଣ୍ଡିଆ ଏହି ସୁଯୋଗକୁ ଫାଇଦା ଉଠାଇ ମ୍ୟାଚ୍କୁ ଜିତି ନେଇଥିଲା ।
ଓମାନର ଆମିର କଲିମ ଟି-୨୦ ଏସିଆ କପ୍ ଇତିହାସରେ ଅର୍ଦ୍ଧଶତକ ହାସଲ କରିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି। ସେ ୪୩ ବର୍ଷ ୩୦୩ ଦିନ ବୟସରେ ଏହି ସଫଳତା ହାସଲ କରିଥିଲେ। ପୂର୍ବରୁ, ଏହି ରେକର୍ଡ ଆଫଗାନିସ୍ତାନର ମହମ୍ମଦ ନବିଙ୍କ ନାମରେ ଥିଲା, ଯିଏ ୪୦ ବର୍ଷ ୨୬୦ ଦିନ ବୟସରେ ସମାନ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ।