ନୂଆଦିଲ୍ଲୀ: ଏସିଆ କପ ୨୦୨୫ର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍ ମ୍ୟାଚରେ ଶ୍ରୀଲଙ୍କା ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଛି । ରୋମାଞ୍ଚକର ଏହି ମୁକାବିଲାରେ ପରାଜୟ ସହ ରଶିଦ ଖାନଙ୍କ ନେତୃତ୍ୱାଧୀନ ଆଫଗାନିସ୍ତାନ ଦଳର ଅଭିଯାନ ଶେଷ ହୋଇଛି । ଅନ୍ୟପଟେ ଶ୍ରୀଲଙ୍କା ଗ୍ରୁପ ବିରୁ ଅପରାଜୟ ସହ ସୁପର-୪ରେ ପ୍ରବେଶ କରିଛି । ସବୁଠୁ ବଡ କଥା ଶ୍ରୀଲଙ୍କାର ବିଜୟରେ ବାଂଲାଦେଶ ପାଇଁ ସୁପର-୪ର ଦ୍ୱାର ଖୋଲି ଯାଇଛି । ଶ୍ରୀଲଙ୍କାର ଓପନର କୁଶଳ ମେଣ୍ଡିସ ୭୪ ରନର ଇନିଂସ ଖେଳି ମ୍ୟାଚର ହିରୋ ସାଜିଛନ୍ତି । ମହମ୍ମଦ ନବିଙ୍କ ବିସ୍ଫୋରକ ୬୦ ରନର ଇନିଂସ ବୃଥା ହୋଇଛି ।
ଭାରତ ଏବଂ ପାକିସ୍ତାନ ଗ୍ରୁପ୍ ଏ ରୁ ସୁପର ୪ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଶ୍ରୀଲଙ୍କା ଏବଂ ବାଂଲାଦେଶ ଏବେ ଗ୍ରୁପ୍ ବି ରୁ ଚୂଡ଼ାନ୍ତ ହୋଇଛି। ପ୍ରଥମ ସୁପର ୪ ମ୍ୟାଚ୍ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ସେପ୍ଟେମ୍ବର ୨୦ ତାରିଖ ଶନିବାର ଦିନ ଖେଳାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ରବିବାର ସେପ୍ଟେମ୍ବର ୨୧ ତାରିଖରେ ଖେଳାଯିବ। ସୁପର ୪ ପର୍ଯ୍ୟାୟ ସମସ୍ତ ଦଳ ତିନୋଟି ଲେଖାଏଁ ମ୍ୟାଚ୍ ଖେଳିବେ।
ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଫଗାନିସ୍ତାନ ଆରମ୍ଭ ନିରାଶ ଜକ ଥିଲା । ଶ୍ରୀଲଙ୍କା ୭୯ ରନ୍ ସ୍କୋରରେ ୬ ଜଣ ଆଫଗାନିସ୍ତାନ ଖେଳାଳିଙ୍କୁ ଆଉଟ୍ କରିଥିଲା। ତଥାପି, ମହମ୍ମଦ ନବିଙ୍କ ୨୨ ବଲ୍ ରୁ ୬୦ ରନ୍ ଆଫଗାନିସ୍ତାନର ଆଶାକୁ ଉଜ୍ଜୀବିତ ରଖିଥିଲା । ତାଙ୍କର ଏହି ବିସ୍ଫୋରକ ଇନିଂସ ବଳରେ ଶ୍ରୀଲଙ୍କାକୁ ୧୭୦ ରନ୍ ର ଟାର୍ଗେଟ ଦେଇଥିଲା ଆଫଗାନିସ୍ତାନ ।
ଜବାବରେ ଶ୍ରୀଲଙ୍କା ପାଇଁ କୁସଲ ମେଣ୍ଡିସ୍ ଏକ ଧମାକାଦାର ଇନିଂସ ଖେଳିଥିଲେ। ସେ ୫୨ ବଲ୍ ରୁ ୭୪ ରନ୍ କରିଥିଲେ, ଏହି ଇନିଂସରେ ୧୦ ଚୌକା ମାରିଥିଲେ। ମେଣ୍ଡିସ୍ ଙ୍କ ଇନିଂସ ଯୋଗୁଁ ଶ୍ରୀଲଙ୍କା ୮ ବଲ୍ ବାକି ଥାଇ ଛଅ ୱିକେଟ୍ ରେ ମ୍ୟାଚ୍ ଜିତିଥିଲା। ତାଙ୍କ ବ୍ୟତୀତ କୁଶଲ ପେରେରା ୨୮ ରନ ଓ କାମିନ୍ଦୁ ମେଣ୍ଡିସ ୨୬ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଅପରାଜିତ ଥିଲେ ।
Also read: ପହଲଗାମ ଆକ୍ରମଣର ପୀଡିତଙ୍କୁ ବିଜୟ ସମର୍ପିତ କଲେ ସୂର୍ଯ୍ୟକୁମାର ଯାଦବ