କଳାହାଣ୍ଡି: ରାଜ୍ୟସରକାର ୨୦୦୬-୨୦୦୭ ମସିହାରେ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ପଟ୍ଟା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ନର୍ଲା ବ୍ଲକର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ମାନଙ୍କୁ ଆଜିଯାଏଁ ସେମାନେ ରହୁଥିବା ଜଙ୍ଗଲ ଜମିର ପଟ୍ଟା ମିଳିପାରି ନାହିଁ । ଏଥିପାଇଁ ପ୍ରତିବର୍ଷ ଦୁଇଥର ଏମାନଙ୍କୁ ନେଇ ସିପିଆଇଏମଏଲ ଜାଗ୍ରତ ସମିତି ତରଫରୁ ବ୍ଲକ ଓ ତହସିଲରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଉଛି । କିନ୍ତୁ ଫଳ ଶୂନ୍ୟ ।
ସେଥିପାଇଁ ଆଜି ସିପିଆଇଏମ୍ଏଲ୍ କଳାହାଣ୍ଡି ଜାଗ୍ରତ ସମିତି ପକ୍ଷରୁ ସମ୍ପାଦକ କେଶବ ପ୍ରଧାନଙ୍କ ନେତୃତ୍ୱରେ ଶହ ଶହ ଆଦିବାସୀ ମହିଳା ଓ ପୁରୁଷ ଏକତ୍ରିତ ହୋଇ ନର୍ଲା ବେହେରାପାଟିରୁ ପାରମ୍ପରିକ ବାଦ୍ୟ ସହିତ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ପରେ ବ୍ଲକ୍ ଅଫିସ୍ କୁ ଯାଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ନର୍ଲା ବିଡିଓ ବିପିନ୍ ବିହାରୀ ଦୀପ୍ ଙ୍କୁ ୬ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ସମସ୍ୟାକୁ ବୁଝି ଜିଲ୍ଲାପାଳ ତୁରନ୍ତ ଏହାର ସମାଧାନ କରିବେ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି ।