ସୋର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଜଣେ ପୋଲିସ ବାବୁ । ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପୋଲିସ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ବାଲେଶ୍ବର ଜିଲ୍ଲା ସୋର ଥାନାର ଅନନ୍ତପୁର ଫାଣ୍ଡି ଅଧିକାରୀ ଏଏସଆଇ ହୃଷୀକେଶ ବିଶ୍ୱାଳ ଭିଜିଲାନ୍ସ ଜାଲରେ ପଡିଛନ୍ତି ।
ସୂଚନା ଅନୁସାରେ, ଦୁର୍ଘଟଣା ମାମଲାରେ ଅଟକ ଥିବା ଜଣେ ଯୁବକଙ୍କ ମୋଟର ସାଇକେଲକୁ ଛାଡିବା ପାଇଁ ପୋଲିସ ବାବୁ ଜଣକ ଆଠ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଦୁର୍ଘଟଣାର ତଦନ୍ତ ଅନନ୍ତପୁର ଫାଣ୍ଡି ପୋଲିସ ପକ୍ଷରୁ କରାଯାଉଥିଲା । ମୋଟର ସାଇକେଲକୁ ଥାନାରୁ ନେବା ପାଇଁ ଉକ୍ତ ଯୁବକ ପୋଲିସ ବାବୁଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ପରେ ସୋର ଥାନାରେ ଥିବା ପୋଲିସ ବାବୁଙ୍କର ଝନକା ପଶିଛି । ଭିଜିଲାନ୍ସ ଏହି ଘଟଣାର ତଦନ୍ତ ଜାରି ରଖିଛି ।