ଭୁବନେଶ୍ୱର: ରାଜ୍ୟରେ ପୁଷ୍ଟିହୀନତାର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି। ପ୍ରତି ଜିଲ୍ଲାକୁ ବ୍ୟାପୁଛି ପୃଷ୍ଟିହୀନତା । ୬ ମାସରୁ ୫ ବର୍ଷ ଭିତରେ ୩୦ ଜିଲ୍ଲାରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି । ସେଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୦୭୫ ପୁଷ୍ଟିହୀନ ଶିଶୁ ଅଛନ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୃହରେ ଉତ୍ତର ରଖିଛନ୍ତି।