ଭୁବନେଶ୍ୱର: ବିଶିଷ୍ଟ ଆଦିବାସୀ ନେତା ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପୂର୍ବତନ ବିଧାୟକ ସ୍ୱର୍ଗତ ଜର୍ଜ ତିର୍କିଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସମସ୍ତ ବିଧାୟକମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହା ପରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଝୁନମୁରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।
ସ୍ୱର୍ଗତ ଜର୍ଜ ତିର୍କିଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ଵରର ଘରୋଇ ହସ୍ପିଟାଲ୍ରେ ପରଲୋକ ଘଟିଛି । ଗତ କିଛିମାସ ଧରି ସେ ଅସୁସ୍ଥ ଥିଲେ । ପ୍ରଥମେ ରାଉରକେଲା ଇସ୍ପାତ୍ ଜେନେରାଲ୍ ହସ୍ପିଟାଲ୍କୁ ନିଆଯାଇଥିଲା ଏବଂ ପରେ ଭୁବନେଶ୍ଵରକୁ ଅଣାଯାଇଥିଲା । ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି । ମେଡ଼ିକାଲରୁ ସିଧାସଳଖ ତାଙ୍କୁ ବିଧାନସଭାକୁ ନିଆଯାଇଥିଲା । ସେଠାରେ ପ୍ରଥମେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ସହିତ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ଜର୍ଜ ତିର୍କି ବୀରମିତ୍ରପୁର ଆସନରୁ ଚାରି ଥର ବିଧାୟକ ହୋଇଛନ୍ତି । ୧୯୯୫ ଓ ୨୦୦୦ ମସିହାରେ ଲଗାତାର ୨ଥର ବୀରମିତ୍ରପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୦୯ ଓ ୨୦୧୪ ସମତା କ୍ରାନ୍ତି ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ କଂଗ୍ରେସ ଓ ବିଜେଡିରେ ମଧ୍ୟ ଯୋଗ ଦେଇଥିଲେ ।