କଟକ: ଶକ୍ତି ପୀଠରେ ଚାଲିଛି ଶାରଦୀୟ ପାର୍ବଣ ପୂଜା। ସମ୍ପୂର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ। ଅନ୍ୟ ପୀଠ ଭଳି କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀଙ୍କ ପୀଠରେ ମାଆଙ୍କର ବିଭିନ୍ନ ବେଶ କରାଯାଉଛି। ମାଆ ଆଜି ରାଜ ରାଜେଶ୍ୱରୀ ବେଶରେ ସଜ୍ଜିତ ହୋଇ ଭକ୍ତିଙ୍କୁ ଦର୍ଶନ ଦେବେ। ଗତକାଲି ସଂଧ୍ୟାରୁ ମାଆ ଉଗ୍ରତାରା ବେଶରେ ଦର୍ଶନ ଦେଉଛନ୍ତି । ଦଶହରା ପର୍ଯ୍ୟନ୍ତ ମାଆ କଟକ ଚଣ୍ଡୀ ୧୬ଟି ଭିନ୍ନ ଭିନ୍ନ ବେଶରେ ସଜେଇ ହୋଇ ଦର୍ଶନ ଦେବେ ।
ସେହିପରି ମା’ ଗଡଚଣ୍ଡୀ ଆଜି କାଳି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଗତକାଲି ମାଆ ବନଦୁର୍ଗା ବେଶରେ ସଜ୍ଜିତ ହୋଇଥିଲେ। ସେବକ ମାନଙ୍କ ବାଦ୍ୟଯନ୍ତ୍ରର ସୁମଧୁର ପରିବେଷଣ ସାଙ୍ଗକୁ ହୋମପାଠ, ଯଜ୍ଞାନୁଷ୍ଠାନ ଓ ବେଦ ଧ୍ଵନିରେ କଟକର ସମସ୍ତ ଶକ୍ତି ପୀଠ ପ୍ରକମ୍ପିତ ହେଉଛି । ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ମଧ୍ୟରେ ଭକ୍ତ ମାନେ ମାଙ୍କ ବେଶ ଦର୍ଶନ କରି କରୁଣା ଲାଭ କରୁଛନ୍ତି।