ନୂଆଦିଲ୍ଲୀ: ଏଚ-୧ବି ଭିସା ଉପରେ ନୂଆ ଫିର ନିୟମ ଲାଗୁ ହେବା ପୂର୍ବରୁ ଆମେରିକାର ବଡ ବଡ ଆଇଟି କମ୍ପାନିମାନେ ନିଜର ବିଦେଶୀ କର୍ମଚାରୀ, ବିଶେଷ କରି ଭାରତୀୟ କର୍ମଚାରୀଙ୍କ ପାଇଁ ଏକ ଇମେଲ୍ ଜାରି କରିଛି । ଏଥିରେ ଗୋଟିଏ ଦିନ ଭିତରେ କୌଣସି ବି ସ୍ଥିତିରେ ଆମେରିକା ଫେରି ଆସିବାକୁ କୁହାଯାଇଛି ।
ସୂଚନା ଅନୁଯାୟୀ, ମାଇକ୍ରୋସଫ୍ଟ ଭାରତ ଯାତ୍ରା କରୁଥିବା କିମ୍ବା ଭାରତରେ ଥିବା ନିଜର ଏଚ-୧ବି କର୍ମଚାରୀଙ୍କ ପାଇଁ ଏକ ଜରୁରୀକାଳୀନ ଆଡଭାଇଜରି ଜାରି କରିଛି । ଏଥିରେ ଚେତାବନୀ ଦିଆଯାଇଛି ଯେ, ସେପ୍ଟେମ୍ବର ୨୧ ପରେ ଆମେରିକା ଆସିଲେ ଏଠାରେ ସେମାନଙ୍କୁ ରୋକା ଯାଇପାରେ ।
କମ୍ପାନି ସ୍ପଷ୍ଟ ଶବ୍ଦରେ କହିଛି ଯେ, ସେପ୍ଟେମ୍ବର ୨୧ ପରେ ଆମେରିକା ବାହାରେ କୌଣସି ଏଚ-୧ବି କର୍ମଚାରୀଙ୍କୁ ସେ ପର୍ଯ୍ୟନ୍ତ ପୁଣି ଥରେ ଆସିବାକୁ ଅନୁମତି ଦିଆଯିବ ନାହିଁ, ଯେ ପର୍ଯ୍ୟନ୍ତ ନିଯୁକ୍ତିଦାତା କର୍ମଚାରୀଙ୍କ ଏକ ଲକ୍ଷ ଡଲାର ଶୁଳ୍କ ପୈଠ ନ କରିଛି । ଏହି ଅର୍ଥ କେବଳ ଉଚ୍ଚ ପଦବୀରେ ଥିବା କର୍ମଚାରୀଙ୍କ ପାଇଁ ହିଁ ପୈଠ କରିବାକୁ ପଡିବ । ଏହାର ଅର୍ଥ ବାକି ବିଦେଶୀ କର୍ମଚାରୀଙ୍କ ଚାକିରିରେ କୌଣସି ସମସ୍ୟା କିମ୍ବା ବାଧା ନାହିଁ । ଏଥିପାଇଁ ସେପ୍ଟେମ୍ବର ୨୧ ତାରିଖ ଭିତରେ ଏଚ-୧ବି କର୍ମଚାରୀଙ୍କୁ ଆମେରିକା ଫେରିବା ଜରୁରୀ । ବିଜନେଓ ଟୁଡେ ଅନୁଯାୟୀ ଏହି ଇମେଲ କମ୍ପାନିର କର୍ମଚାରୀଙ୍କୁ ପଠାଯାଇଛି ।
ମାଇକ୍ରୋସ୍ପଠ୍ ଆମେରିକାରେ ବର୍ତ୍ତମାନ ଥିବା ଏଚ-୧ବି ଭିସାଧାରୀ କର୍ମଚାରୀଙ୍କୁ୍ୁ ନିଜର ଯାତ୍ରା ରଦ୍ଦ କରିବା ଏବଂ ନିକଟ ଭବିଷ୍ୟତରେ ଆମେରିକା ନ ଛାଡିବାକୁ କହିଛି । କମ୍ପାନି କହିଛି ଏକମାତ୍ର ସୁରକ୍ଷିତ ବିକଳ୍ପ ହେଉଛି ନିୟମ ଲାଗୁ ହେବା ପୂର୍ବରୁ ଆମେରିକାରେ ପହଞ୍ଚିବା ଅତି ଜରୁରୀ ।
ଟ୍ରମ୍ପଙ୍କ ଏଚ-୧ବି ଭିସା ଉପରେ ନୂଆ ଫି ନିୟମରେ ଭାରତୀୟ ପେଶାଦାରଙ୍କ ମହଲରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏଚ-୧ବି ଭିସା ପାଇବାରେ କର୍ମଚାରୀଙ୍କ ମଧ୍ୟରେ ୭୦ ପ୍ରତିଶତରୁ ଅଧିକ ହେଉଛନ୍ତି ଭାରତୀୟ । ଏଥିପାଇଁ ଏହି ଘୋଷଣା ଭାରତର ଆଇଟି ସେକ୍ଟର ଉପରେ ବହୁତ ବଡ ପ୍ରଭାବ ପକାଇପାରେ ।
Also read: ସେପ୍ଟେମ୍ବର ୨୨ ପରେ କିଣନ୍ତୁ ଏହି ସାମାନ, ଲାଗିବ ୦ ପ୍ରତିଶତ ଜିଏସଟି, ମିଳିବ ଶସ୍ତାରେ