ମୁମ୍ବାଇ: ପ୍ରେକ୍ଷାଳୟ ସୁପରଡୁପର ହିଟ୍ ହେବା ପରେ ଏବେ “ମହାଅବତାର ନରସିଂହା” ନେଟଫ୍ଲିକ୍ସରେ ଆସିଯାଇଛି । ମାତ୍ର ୨୪ ଘଣ୍ଟା ଭିତରେ ନେଟଫ୍ଲିକ୍ସରେ ନମ୍ବର ୱାନ୍ ସ୍ଥାନରେ ରହିଛି । ସେପଟେ ଯୁବପିଢ଼ିଙ୍କୁ ପସନ୍ଦ ଆସିଥିବା “ସୈୟାରା” ସିନେମା ପଛରେ ପଡ଼ିଯାଇଛି ।
ହୋମ୍ବଲେ ଫିଲ୍ମସ ଏବଂ କ୍ଲିମ୍ ପ୍ରଡ଼କସନ୍ ଦ୍ୱାରା ନିର୍ମିତ “ମହାଅବତାର ନରସିଂହା” ସବୁ ବର୍ଗର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ପୌରାଣିକ ଆଧାରିତ ଏକ ଆନିମେଟେଡ୍ ଚଳଚ୍ଚିତ୍ର ହୋଇଥିବାରୁ ଛୋଟ ପିଲାଙ୍କୁ ପସନ୍ଦ ଆସିବା ସହିତ ବୟସ୍କମାନେ ମଧ୍ୟ ବେଶ ପସନ୍ଦ କରିଛନ୍ତି । ଏହି ଫିଲ୍ମ ମୁକ୍ତିଲାଭ କରିବା ଦିନଠାରୁ ଅନେକ ରେକର୍ଡ ସୃଷ୍ଟି କରିଛି । ଏହା ପରେ ଓଟିଟିରେ ରିଲିଜ୍ ହୋଇଯାଇଛି । ମାତ୍ର ୨୪ ଘଣ୍ଟାରେ ନେଟଫ୍ଲିକ୍ସରେ ପ୍ରଥମ ସ୍ଥାନକୁ ଆସିଯାଇଛି । ଏହା ପୂର୍ବରୁ ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଫିଲ୍ମ ସୈୟାରା ନେଟଫ୍ଲିକ୍ସରେ ଆସିଥିଲା । ଯାହାକି ଏକ ନମ୍ବରରେ ରହିଥିଲା । କିନ୍ତୁ “ସୈୟାରା”କୁ “ମହାଅବତାର ନରସିଂହା” ପଛରେ ପକାଇ ଦେଇଛି ।
“ମହାଅବତାର ନରସିଂହା” ଭଗବାନ ବିଷ୍ଣୁ ଏବଂ ଭକ୍ତ ପ୍ରହ୍ଲାଦଙ୍କ କାହାଣୀ ଉପରେ ଆଧାରିତ । ପୁରା ଭାରତରେ ୨୪୦ରୁ ଅଧିକ ସିନେମା ହଲରେ ମୁକ୍ତିଲାଭ କରିଥିଲା । ଫିଲ୍ମଟି ବକ୍ସରେ ୩୦୦ କୋଟିରୁ ଉର୍ଦ୍ଧ୍ୱ ଆୟ କରିସାରିଛି ।