ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ଜିଏସଟିର ଉପହାର ସେପ୍ଟେମ୍ବର ୨୨ରେ ଦେବାକୁ ଯାଉଛନ୍ତି । ସେପ୍ଟେମ୍ବର ୨୨ରେ ନୂଆ ଜିଏସଟି ସଂସ୍କାର ଲାଗୁ ହେବା ପରେ ଖାଦ୍ୟ ପଦାର୍ଥ ସାମଗ୍ରୀଠୁ ନେଇ ନିତ୍ୟ ବ୍ୟବହାର୍ଯ୍ୟର ସବୁ ଜିନିଷ ଶସ୍ତା ହୋଇଯିବ । ଏପରିକି ଏସି, ଟିଭି ଓ କାର ବାଇକ ଯାଏ ଦାମ କମିଯିବ ।
ଏବେ କେବଳ ଦୁଇଟି ଜିଏସଟି ସ୍ଲାବ ୫ ପ୍ରତିଶତ ଓ ୧୮ ପ୍ରତିଶତ ରହିଛି । ୧୨ ପ୍ରତିଶତ ଏବଂ ୨୮ ପ୍ରତିଶତ ସ୍ଲାବକୁ ସମାପ୍ତ କରାଯାଇଛି । ୧୨ ପ୍ରତିଶତ ସ୍ଲାବରେ ଥିବା ଅଧିକାଂଶ ଉତ୍ପାଦକୁ ୫ ପ୍ରତିଶତ ସ୍ଲାବରେ ରଖାଯାଇଛି । ୨୮ ପ୍ରତିଶତ ସ୍ଲାବରେ ଥିବା ଅଧିକାଂଶ ଉତ୍ପାଦକୁ ୧୮ ପ୍ରତିଶତ ସ୍ଲାବକୁ ବଦଳା ଯାଇଛି । ଏପରିକି କିଛି ଜିନିଷ ଉପରେ ଜିଏସଟି ଶୂନ୍ୟ କରାଯାଇଛି । ଏହାର ଅର୍ଥ ସେପ୍ଟେମ୍ବର ୨୨ ପରେ ଏହି ସବୁ ଉତ୍ପାଦ ଉପରେ ୦ ପ୍ରତିଶତ ଜିଏସଟି ଲାଗୁ ହେବ । ଯାହା ଫଳରେ ଅନେକ ଜିନିଷ ବହୁତ ଶସ୍ତାରେ ମିଳିବ ।
କେଉଁ ଜିନିଷ ଉପରେ ଲାଗିବ ୦ ପ୍ରତିଶତ ଜିଏସଟି
ପନିର, ଉଚ୍ଚ ତାପମାତ୍ରା ବିଶିଷ୍ଟ କ୍ଷୀର, ପିଜା ବ୍ରେଡ, ରୁଟି, ପରଟା, ଅନ୍ୟ ପାରମ୍ପରିକ ବ୍ରେଡ, ସ୍ୱାସ୍ଥ୍ୟ ଓ ଜୀବନ ବୀମା, ଜୀବନ ରକ୍ଷକ ୩୩ ଔଷଧ, ମେଡିକାଲ ଗ୍ରେଡ ଅକ୍ସିଜେନ, ଖାତା, ବହି, ନୋଟବୁକ, ପେନସିଲ, ଇରେଜର ଆଦି ସାମଗ୍ରୀ ଉପରେ ୦ ପ୍ରତିଶତ ଟ୍ୟାକ୍ସ ଲାଗିବ ।
ଖାଦ୍ୟ ପଦାର୍ଥ ବ୍ୟତୀତ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଧ୍ୟ ଜିରୋ ଜିଏସଟିର ଉପହାର ମିଳିବ । କିଛି ଜୀବନ ରକ୍ଷକ ଔଷଧ ଓ ସ୍ୱାସ୍ଥ୍ୟ ବୀମା ଉପରୁ ଟ୍ୟାକ୍ସ ହଟାଇ ଦିଆଯାଇଛି । ଏହାର ଅର୍ଥ ଔଷଧ ଓ ବୀମା ପ୍ରିମିୟମ ବହୁତ ଶସ୍ତା ହୋଇଯିବ । ୩୩ ଔଷଧ ଉପରୁ ଜିଏସଟି ହଟାଯାଇଛି । ମେଡିକାଲରେ ବ୍ୟବହୃତ ଅକ୍ସିଜେନ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ଥିଲା, ଯାହାକୁ ଏବେ ହଟାଇ ଦିଆଯାଇଛି ।
Also read: ଆଇଫୋନ୍-୧୬ ଠାରୁ ଶସ୍ତାରେ ଲଞ୍ଚ ହେଲା ଆଇଫୋନ୍-୧୭