ଆପଲ୍ କମ୍ପାନୀ ଆଇଫୋନ୍-୧୭ର ଚାରୋଟି ସିରିଜ୍ ଭାରତରେ ଲଞ୍ଚ କରିଛି । ଯେଉଁଥିରେ ଆଇଫୋନ୍-୧୭, ଆଇଫୋନ୍-୧୭ ପ୍ରୋ, ଆଇଫୋନ୍-୧୭ ପ୍ରୋ ମ୍ୟାକ୍ସ ଏବଂ ଅଲଟ୍ରାଥିନ୍ ଆଇଫୋନ୍ ଏୟାର ସାମିଲ ରହିଛି । ଆଇଫୋନ୍-୧୭ର ଦାମ ଆଇଫୋନ୍-୧୬ ଠାରୁ ଶସ୍ତା ରହିଛି । କିନ୍ତୁ ପ୍ରୋ ଏବଂ ପ୍ରୋ ମ୍ୟାକ୍ସର ଦାମ ବଢ଼ାଇ ଦିଆଯାଇଛି ।
ଚଳିତ ଥର ଆପଲ୍ ୧୨୮ଜିବିକୁ ସମ୍ପୂର୍ଣ୍ଣ ହଟାଇଦେଇଛି । ସମସ୍ତ ମଡେଲରେ ୨୫୬ଜିବିର ଷ୍ଟୋରେଜ୍ ରହିଛି । ସବୁଠାରୁ ପତଳା ଆଇଫୋନ୍ ବଜାରକୁ ଆସିଛି । ଯାହାର ମୋଟେଇ ୫.୫ ଏମ୍.ଏମ୍. ଥିବାବେଳେ ଓଜନ ମାତ୍ର ୧୪୫ ଗ୍ରାମ ରହିଛି । ସେହିପରି ବ୍ୟାଟେରି କ୍ଷମତା ରହିଛି ୨୮୦୦ ଏମ୍ଏଏଚ୍ ।
ଯଦି ଦାମ ଦେଖିବା ଭାରତରେ ଆଇଫୋନ୍-୧୭ ପ୍ରୋର ମୂଲ୍ୟ ୧ ଲକ୍ଷ ୩୪ ହଜାର ଏବଂ ପ୍ରୋ ମ୍ୟାକ୍ସର ମୂଲ୍ୟ ୧ ଲକ୍ଷ ୪୯ ହଜାର ୯୦୦ ଟଙ୍କା ରହିଛି । ସେହିପରି ଆଇଫୋନ୍-୧୭ର ମୂଲ୍ୟ ୮୨,୯୦୦ ଆରମ୍ଭ ହେଉଛି । ଯାହାକି ଆଇଫୋନ୍-୧୬ ମଡେଲଠାରୁ ୭୦୦୦ ଟଙ୍କା କମ୍ ଅଟେ ।