ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ଶେଷ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଓମାନ । ଏହି ମ୍ୟାଚ୍ ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବ । ସୂର୍ଯ୍ୟକୁମାର ଯାଦବଙ୍କ ଭାରତୀୟ ଦଳ ପୂର୍ବରୁ ସୁପର-୪ରେ ପ୍ରବେଶ କରି ସାରିଛି । ତେଣୁ ଆଜିର ମ୍ୟାଚ୍ ଭାରତୀୟ ଦଳ ପାଇଁ ଏକ ଅଭ୍ୟାସ ମୁକାବିଲା ପରି ହେବ । ତେଣୁ ଦଳ ପ୍ରବନ୍ଧକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ସୁଯୋଗ ଦେଇ ପାରନ୍ତି । ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇ ତାରକା ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।
ୟୁଏଇ ଓ ପାକିସ୍ତାନ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚରେ ଭାରତୀୟ ବ୍ୟାଟିଂ କ୍ରମର ଅଧିକ ଟେଷ୍ଟ ହୋଇ ନାହିଁ । ପ୍ରଥମ ମ୍ୟାଚ୍ ଭାରତ ୯ ୱିକେଟରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ୭ ୱିକେଟରେ ଜିତିଛି । ଏମିତିରେ ବ୍ୟାଟିଂ କ୍ରମରେ କୌଣସି ପରିବର୍ତ୍ତନର ସମ୍ଭାବନା କମ ରହିଛି । ହେଲେ ବୋଲିଂରେ କିଛି ପରିବର୍ତ୍ତନ ନିଶ୍ଚୟ ଦେଖିବାକୁ ମିଳିପାରେ ।
ବୁମରାଙ୍କୁ ଓମାନ ବିପକ୍ଷ ମ୍ୟାଚରେ ବିଶ୍ରାମ ମିଳିପାରେ । ତାଙ୍କ ସ୍ଥାନରେ ଅର୍ଶଦୀପ ସିଂଙ୍କୁ ସୁଯୋଗ ମିଳିପାରେ । ଅର୍ଶଦୀପ ଏସିଆ କପରେ ଏ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳି ନାହାନ୍ତି । ଆବୁଧାବିର ପିଚ୍ ଦୁବାଇ ପରି ସେତେ ସ୍ପିନ ଉପଯୋଗୀ ନୁହେଁ । ଏମିତିରେ କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ କିମ୍ବା ଅକ୍ଷର ପଟେଲ କୌଣସି ଜଣେ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ ହର୍ଷିତ ରାଣାଙ୍କୁ ସୁଯୋଗ ଦିଆଯାଇପାରେ । ଯଦ୍ୱାରା ଆବଶ୍ୟକ ପଡିଲେ ସେ ମ୍ୟାଚ୍ ପାଇଁ ପ୍ରସ୍ତୁତ ରହି ପାରିବେ ।
ଓମାନ ବିପକ୍ଷରେ ଭାରତ ସମ୍ଭାବିତ ଚୂଡାନ୍ତ ଏକାଦଶ
ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ସଞ୍ଜୁ ସାମସନ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଓ ହର୍ଷିତ ରାଣା ।
Also read: ଖୁବ୍ଶୀଘ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରେ ଆଇସିସି