ନୂଆଦିଲ୍ଲୀ: ନିଜକୁ କୃଷ୍ଣଙ୍କ ‘ଦ୍ୱିତୀୟ ରାଧା’ କହୁଥିବା ଉତ୍ତର ପ୍ରଦେଶ ପ୍ରୟାଗରାଜର ପୂର୍ବତନ ପୋଲିସ ଅଧିକାରୀ ଡିକେ ପଣ୍ଡା ବଡ଼ ଠକେଇର ଶୀକାର ହୋଇଛନ୍ତି । ବ୍ୟାଙ୍କ ଅଧିକାରୀ ଜଣେ ସାଇବର ଠକ୍ ଆକାଉଣ୍ଟରୁ ୪ ଲକ୍ଷ ୩୨ ହଜାର ହଡ଼ପ କରି ନେଇଛି । ଡିକେ ପଣ୍ଡା ଘୁମନଗଞ୍ଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ପୂର୍ବତନ ଆଇଜି ଡିକେ ପଣ୍ଡା ଘୁମନଗଞ୍ଜ ଏଚ୍ଆଇଜି ଏଡିଏ କଲୋନୀରେ ରହୁନ୍ତି । ସେ ନିଜକୁ ଦ୍ୱିତୀୟ ରାଧା ବୋଲି ସମ୍ବୋନ୍ଧନ କରନ୍ତି । ସେ ଇଣ୍ଟରନେଟରୁ ଇଣ୍ଡିଆନ ବ୍ୟାଙ୍କ ହେଲ୍ପ ଲାଇନ ନମ୍ବର ଖୋଜୁଥିଲେ । ପରେ ଏକ ଅଜଣା ନମ୍ବରରୁ ତାଙ୍କ ନିକଟକୁ ଫୋନ୍ ଆସିଥିଲା । ଅଜଣା ବ୍ୟକ୍ତି ଜଣକ ନିଜକୁ ବ୍ୟାଙ୍କ ଅଧିକାରୀ ବୋଲି ପରିଚୟ ଦେଇଥିଲା ଏବଂ ନିଜ ନାଁ ରାହୁଲ କହିଥିଲା । କିଛି ସମୟ ପରେ ୱାଟସ୍ ଆପ୍ କୁ ଲିଙ୍କ୍ ପଠାଇ କ୍ଲିକ୍ କରିବାକୁ କହିଥିଲା । ଏହାରି ମଧ୍ୟରେ ଡିକେ ପଣ୍ଡାଙ୍କ ସହିତ ଫୋନରେ ଲମ୍ବା ସମୟ ଧରି ବାର୍ତ୍ତାଳାପ କରିଥିଲା । ଏହି ସମୟରେ ତାଙ୍କ ଆକାଉଣ୍ଟରୁ ଟଙ୍କା ପଳାଯାଇଥିବା ଜଣାପଡ଼ିଥିଲା ।
ଏହା ପୂର୍ବରୁ ମଧ୍ୟ ସେ ଏକ ବଡ଼ ଠକେଇର ଶୀକାର ହୋଇଥିଲେ । ୨୦୨୪ରେ ୩୮୧ କୋଟି ଟଙ୍କା ଠକେଇ ହୋଇଥିବାର ଘୁମନଗଞ୍ଜ ଥାନାରେ ଅଭିଯୋଗ କରିଥିଲେ। ଲଣ୍ଡନର ଏକ କମ୍ପାନୀ ସହିତ ଟ୍ରେଡିଂ କରି ସେ ଏହି ଟଙ୍କା ଜମା କରିଥିଲେ ବୋଲି କହିଥିଲେ । ଯାହାର ଏବେବି ତଦନ୍ତ ଜାରି ରହିଛି ।