ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଜୁରାହୋ ସ୍ଥିତ ଜୱରୀ ମନ୍ଦିରରେ ସାତ ଫୁଟ ଉଚ୍ଚ ଭଗବାନ ବିଷ୍ଣୁଙ୍କ ମସ୍ତକବିହୀନ ମୂର୍ତ୍ତି ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି । ସୁପ୍ରିମକୋର୍ଟରେ ଏହି ପ୍ରତୀମାର ପୁନଃସ୍ଥାପନାକୁ ନେଇ ଦାଖଲ ପିଟିସନ ଉପରେ ଶୁଣାଣି ସମୟରେ ପ୍ରଧାନ ବିଚାପରତି ବିଆର ଗବାଇଙ୍କ ଟିପ୍ପଣୀକୁ ନେଇ ବିତର୍କ ଜୋର ଧରିଛି ।
ସିଜେଆଇ ଗବାଇ ଆବେଦନକାରୀଙ୍କୁ କହିଥିଲେ ଯେ, ଯଦି ଆପଣ ଭଗବାନ ବିଷ୍ଣୁଙ୍କ ଅତି ଭକ୍ତ ତେବେ ପ୍ରାର୍ଥନା କରନ୍ତୁ, ଧ୍ୟାନ କରନ୍ତୁ, ଏହା ସଠିକ୍ ମାର୍ଗ । ଏହି ଟିପ୍ପଣୀ ପରେ ପ୍ରତୀମାରୁ ଗାଏବ ମସ୍ତକବିହୀନକୁ ନେଇ ପୁଣି ପ୍ରଶ୍ନ ଉଠିବାରେ ଲାଗିଛି ଯେ, କଣ ବିଦେଶୀ ଆକ୍ରମଣକାରୀ ଭାଙ୍ଗିଛନ୍ତି ନା ମୂର୍ତ୍ତି ଅଧୁରା ରହି ଯାଇଥିଲା ।
ଉଲ୍ଲେଖନୀୟ ଏହି ମନ୍ଦିର ଖଜୁରାହୋର ବିଶ୍ୱ କୀର୍ତ୍ତିରାଜି ସ୍ଥଳର ଏକ ଅଂଶ । ପ୍ରତୀମା ନାଗର ଶୈଳୀର ନିର୍ମିତ ହୋଇଛି । ମୂର୍ତ୍ତିର ସବୁ ସୁରକ୍ଷିତ ଅଛି ମାତ୍ର ମସ୍ତକ ଗାଏବ ଅଛି । ମସ୍ତକକୁ ନେଇ ଦୁଇଟି କଥା ସାମ୍ନାକୁ ଆସୁଛି । ପ୍ରଥମେ ଦାବି କରାଗଲା ଯେ, ବିଦେଶୀ ଆକ୍ରମଣକାରୀ ଏହାକୁ ଭାଙ୍ଗିଛନ୍ତି ।
କିଛି ବିଶେଷଜ୍ଞଙ୍କ କହିବା କଥା ଆକ୍ରମଣକାରୀ ମୂର୍ତ୍ତି ଭାଙ୍ଗିଛନ୍ତି । ଆଉ କିଛି ବିଶେଷଜ୍ଞଙ୍କ ମତରେ ଆକ୍ରମଣକାରୀ ପୂଜା ବନ୍ଦ କରିବା ଉଦ୍ଦେଶ୍ୟରେ ମୂର୍ତ୍ତିର ମୁଣ୍ଡ ଭାଙ୍ଗିଛନ୍ତି । ଆଉ ଏକ ଥିଓରୀ ହେଉଛି ମୂର୍ତ୍ତି ଅଧୁରା ରହିଛି । ଏହା ଅନୁଯାୟୀ, ମୂର୍ତ୍ତି ବୋଧହୁଏ କେବେ ପୂରା ହୋଇ ନାହିଁ । ଭାରତରେ ଅଧୁରା ମନ୍ଦିର ଏବଂ ଅଧୁରା ମୂର୍ତ୍ତିର ଅନେକ ଉଦାହରଣ ରହିଛି ।
ପ୍ରତ୍ନତତ୍ୱବିତଙ୍କ ଅନୁଯାୟୀ, ଆକ୍ରମଣକାରୀ ଅନେକ ଥର ପୂରା ମନ୍ଦିରକୁ ଭାଙ୍ଗି ନ ଥିଲେ । ବରଂ ମୁଖ୍ୟ ପ୍ରତୀମାକୁ କ୍ଷତି କରି ପୂଜାର୍ଚ୍ଚନା ବନ୍ଦ କରିବାକୁ ଚାହୁଁଥିଲେ । ଖାସ୍ କରି ମୂର୍ତ୍ତିର ମୁଣ୍ଡ ଭାଙ୍ଗିବା ସବୁଠୁ ସହଜ କାମ ଥିଲା । ଏହା ପରେ ମୂର୍ତ୍ତିକୁ ବିଖଣ୍ଡିତ ମାନି ଲୋକେ ପୂଜା କରିବାକୁ କୁଣ୍ଠାବୋଧ ପ୍ରକାଶ କରନ୍ତି । ମୋଟାମୋଟି ଆଜି ବି ସ୍ପଷ୍ଟ ହୋଇ ନାହିଁ ଯେ, ଜୱରୀ ମନ୍ଦିରର ପ୍ରତୀମାର ମୁଣ୍ଡ କାହିଁକି ନାହିଁ ।
Also read: ଆଜି କର୍ତ୍ତବ୍ୟ ପଥରେ ୧୦ କିମି ଲାଇଭ୍ ପେଣ୍ଟିଂ, ଅଂଶଗ୍ରହଣ କରିବେ ୩୫,୦୦୦ରୁ ଊର୍ଦ୍ଧ୍ବ କଳାକାର