ନୂଆଦିଲ୍ଲୀ: ପାକିସ୍ତାନ ଓ ବାଂଲାଦେଶ ମୋତେ ସଂପୂର୍ଣ୍ଣ ଘର ପରି ଲାଗେ । ଏହା କ ହିଛନ୍ତି ଦରିଆପାରି କଂଗ୍ରେସର ପ୍ରମୁଖ ସାମ ପିଟ୍ରୋଡା । ସେ କହିଛନ୍ତି ଦେଶର ବିଦେଶ ନୀତି ପଡୋଶୀ ଉପରେ ପ୍ରଥମେ ଧ୍ୟାନ ଦେବା ଉଚିତ୍ । ଏହି ସମୟରେ ସେ ନେପାଳ ଯାତ୍ରାର ମଧ୍ୟ ଉଲ୍ଲେଖ କରିଛନ୍ତି । ବିଜେପି ଏବେ ତାଙ୍କର ବୟାନ ଉପରେ ପ୍ରଶ୍ନ ଉଠାଇଛି । ଖାସ୍ କଥା ପିଟ୍ରୋଡାଙ୍କ ବୟାନ ଏମିତି ସମୟରେ ଆସିଛି, ଯେବେ ପହଲଗାମ ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ସଂପର୍କରେ ଆହୁରି ତିକ୍ତତା ଆସିଛି ।
ସମାଚାର ଏଜେନ୍ସି ଆଇଏଏନଏସ ସହ ଆଲୋଚନା ବେଳେ ପିଟ୍ରୋଡା କହିଛନ୍ତି, ମୋ ହିସାବରେ ବିଦେଶ ନୀତି ପଡୋଶୀ ପ୍ରଥମେ ରହିବା ଉଚିତ୍ । ବାସ୍ତବରେ କଣ ଆମେ ଆମର ପଡୋଶୀ ସହ ସମ୍ବନ୍ଧ ସୁଧାରି ପାରିବା ? ସେମାନେ ସବୁ ଛୋଟ ଦେଶ, ସମସ୍ତଙ୍କୁ ସହାୟତାର ଆବଶ୍ୟକତା ରହିଛି । ସେମାନେ ସବୁ ଘଡିସନ୍ଧି ସମୟ ଦେଇ ଗତି କରୁଛନ୍ତି । ଲଢିବାର କୌଣସି ଆବଶ୍ୟକତା ନାହିଁ । ହଁ ଏହା ସତ ଯେ ହିଂସା ଓ ଆତଙ୍କବାଦ ସସମ୍ୟାର ବିଷୟ ।
ସେ ଏହା ମଧ୍ୟ କହିଛନ୍ତି, ମୁଁ ପାକିସ୍ତାନ ଗଲି ଏବଂ ଆପଣଙ୍କୁ କହୁଛି ଯେ, ମୋତେ ସେଠାରେ ଘର ପରି ଲାଗିଲା । ମୁଁ ବାଂଲାଦେଶ ଗଲି, ନେପାଳ ଗଲି ସବୁ ଘର ପରି ହୃଦବୋଧ ହେଲା । ମୋତେ ଲାଗିଲା ନାହିଁ ଯେ ମୁଁ ବିଦେଶରେ ଅଛି ।
ବିଜେପିର ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ପିଟ୍ରୋଡାଙ୍କ ବୟାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ପ୍ରିୟର ଲୋକ ତଥା କଂଗ୍ରେସର ଦରିଆପାରି ମୁଖ୍ୟ ସାମ ପିଟ୍ରୋଡା କହୁଛନ୍ତି ତାଙ୍କୁ ପାକିସ୍ତାନ ଘର ପରି ଲାଗିଲା । ଏଥିରେ କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ । କାରଣ ଏହା ପୂର୍ବରୁ କଂଗ୍ରେସ ୨୬/୧୧ ପରେ ବି ପାକିସ୍ତାନ ଉପରେ କୌଣସି ବଡ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା ।
Also read: ଆସନ୍ତାକାଲି ଗୁଜରାଟରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ ସମୀକ୍ଷା କରିବେ ମୋଦୀ