ନୂଆଦିଲ୍ଲୀ: ଆପଲ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଆଇଫୋନ୍-୧୭ ସିରିଜ୍ ଭାରତୀୟ ବଜାରେ ବିକ୍ରି ହେବା ଆରମ୍ଭ ହୋଇଯାଇଛି । ଶୁକ୍ରବାର ଭୋରୁ ଗ୍ରାହକ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଫୋନ୍ କିଣୁଛନ୍ତି । ଆଇଫୋନ ସିରିଜରେ ଗେରୁଆ ରଙ୍ଗ ସବୁଠାରୁ ଅଧିକ ଚାହିଦାରେ ରହିଛି । ଗ୍ରାହକ ପାଗଳ ଭଳି ଏହି ରଙ୍ଗକୁ କିଣୁଛନ୍ତି ।
ଆପଲ୍ କମ୍ପାନୀ ଆଇଫୋନ୍-୧୭ ସିରିଜର କସ୍ମିକ୍ ଅରେଞ୍ଜ ରଙ୍ଗ ଫୋନ୍ ବଜାରକୁ ପ୍ରଥମଥର ପାଇଁ ଛାଡ଼ିଛି । ଯାହାକୁ ଲୋକେ ଗେରୁଆ ରଙ୍ଗ ସହିତ ତୁଳନା କରିଛନ୍ତି । ସବୁବର୍ଗରୁ ଗ୍ରାହକଙ୍କୁ ଏହା ବେଶ ପସନ୍ଦ ଆସିଛି । ଦିଲ୍ଲୀର ଜଣେ ଗ୍ରାହକ କହିଛନ୍ତି, ସଙ୍ଗମ ବିହାରରୁ ଆସି ସକାଳୁ ଧାଡ଼ିରେ ଛିଡ଼ା ହୋଇ ଆଇଫୋନ୍ କିଣିଛି । ମୁଁ ମୁସଲମାନ, କିନ୍ତୁ ମୁଁ ଗେରୁଆ ରଙ୍ଗ ଫୋନ୍ ବହୁତ ପସନ୍ଦ କରେ ।" ସେ ଆହୁରି କହିଛନ୍ତି, "ଏହି ଥର ଏହି ରଙ୍ଗ ଅଧିକ ଲୋକପ୍ରିୟ ହେବ କାରଣ ଏହା ଭାରତରେ ଗେରୁଆ ରଙ୍ଗ ଅଟେ। " ଲୋକେ ଏହି ରଙ୍ଗର ଫୋନ୍ କିଣିବାକୁ ବିଭିନ୍ନ ଆପଲ ଷ୍ଟୋର ସମ୍ମୁଖରେ ମଧ୍ୟରାତ୍ରରୁ ଧାଡ଼ିରେ ଛିଡ଼ା ହୋଇଛନ୍ତି ।
ପୂର୍ବରୁ, କସ୍ମିକ୍ ଅରେଞ୍ଜ ରଙ୍ଗର ଆପଲର ଆଇଫୋନ୍ ପ୍ରୋ ମ୍ୟାକ୍ସ ୧୭ର ଚାହିଦା ବୃଦ୍ଧି ପାଇଥିଲା। କମ୍ପାନୀର କର୍ମଚାରୀମାନେ ରିପୋର୍ଟ କରିଥିଲେ ଯେ ଆମେରିକା ଏବଂ ଭାରତରେ କମ୍ପାନୀର ଷ୍ଟୋରଗୁଡ଼ିକରେ ବୁକିଂ ଖୋଲିବାର ତିନି ଦିନ ମଧ୍ୟରେ ଶେଷ ହୋଇଯାଇଥିଲା ।