ନୂଆଦିଲ୍ଲୀ: ବଢିଥିବା ଉତ୍ତେଜନା ଓ ବିବାଦ ମଧ୍ୟରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ରବିବାର ସୁପର-୪ର ମ୍ୟାଚରେ ହେବେ ମୁହାଁମୁହିଁ । ଏହି ମ୍ୟାଚ୍ ଜିତି ଭାରତ ପଡୋଶୀ ଦଳ ଉପରେ ନିଜର ପତିଆରା ଜାହିର କରିବାକୁ ଲକ୍ଷ୍ୟ ରଖିଛି ମେନ୍ ଇନ ବ୍ଲୁ । ଭାରତ ଓ ପାକିସ୍ତାନର ଦଳ ଯେେବେ ମୁହାଁମୁହିଁ ହୁଅନ୍ତି ତେବେ ଖେଳାଳିଙ୍କ ମଧ୍ୟରେ ମାହୋଲ ସରଗରମ ରହିଥାଏ । ହେଲେ ଏଥର ମାମଲା ଆହୁରି ବିଗିଡିଛି । ଲିଗ୍ ପର୍ଯ୍ୟାୟ ମ୍ୟାଚରେ ହାତ ମିଳାଇବା ପାଇଁ ଭାରତୀୟ ଦଳ ମନା କରିବା ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଇବାରେ ଲାଗିଛି ।
କୁହାଯାଉଛି ଭାରତୀୟ ଦଳ ଏଥର ବି ରବିବାର ମ୍ୟାଚରେ ଏହି ନୀତିକୁ ଜାରି ରଖିବେ । ଅର୍ଥାତ ପାକିସ୍ତାନ ଖେଳାଳିଙ୍କ ସହ କରମର୍ଦ୍ଦନ କରାଯିବ ନାହିଁ । ସେମିତିରେ ପାକିସ୍ତାନୀ ଖେଳାଳି ଏବଂ ଏହାର ସମର୍ଥକ ଏହି ମ୍ୟାଚକୁ ଦ୍ୱେଷପୂର୍ଣ୍ଣ ଭାବେ ଦେଖୁଛନ୍ତି । ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସଙ୍କେତ ଦେଇ ସାରିଛନ୍ତି ଯେ, ଭାରତୀୟ ଦଳ ସେପ୍ଟେମ୍ବର ୧୪ ମୁକାବିଲା ପରି ଏଥର ମୁକାବିଲା ବି ସେମିତି ଲଢିବ ।
ଏଥର ଟୁର୍ଣ୍ଣାମେଣ୍ଟରେ ସୂର୍ଯ୍ୟକୁମାରଙ୍କଠୁ ସର୍ବଶ୍ରେଷ୍ଠ ବାଟର, ଏକ ବିଚକ୍ଷଣ ଅଧିନାୟକ ଓ ନିଜ ଦେଶ ପାଇଁ ଏକ କୂଟନୈତିଜ୍ଞ ହେବା ପାଇଁ ଆଶା କରାଯାଉଛି । ଅନ୍ୟପଟେ ଓମାନ ବିପକ୍ଷ ମ୍ୟାଚରେ ଅକ୍ଷର ପଟେଲ୍ ଆହତ ହେବାରୁ ଭାରତୀୟ ଦଳର ସମସ୍ୟା ବଢି ଯାଇଛି । ହେଲେ ଫିଲ୍ଡିଂ କୋଚ୍ ଟି ଦିଲୀପ ଟିମ୍ ଇଣ୍ଡିଆର ଆଶଙ୍କା ଦୂର କରି କହିଛନ୍ତି ଯେ, ଏହି ତାରକା ଅଲରାଉଣ୍ଡର ଠିକ୍ ଅଛନ୍ତି ।
ସୂଚନାଯୋଗ୍ୟ, ସୁପର-୪ରେ ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପୁଣି ନାଟକବାଜି ଆରମ୍ଭ କରି ଦେଇଛି ପାକିସ୍ତାନ। ରବିବାର ଖେଳା ଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଶନିବାର ଆୟୋଜିତ ହୋଇଛି ସାମ୍ବାଦିକ ସମ୍ମିଳନୀ। ଅଧିନାୟକ ସୂର୍ୟ୍ୟକୁମାର ଯାଦବ ଏଥିରେ ଯୋଗ ଦେଇ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ହେଲେ ପାକିସ୍ତାନର ଅଧିନାୟକ ସଲମାନ ଅଲୀ ଆଗା ସାମ୍ବାଦିକ ସମ୍ମିଳନୀକୁ ରଦ୍ଦ କରିଛନ୍ତି।
ପୁଣି ଥରେ ମହାମୁକାବିଲା ପୂର୍ବରୁ ପୁଣି ଥରେ ଚାଲବାଜି ଆରମ୍ଭ କରିଛି ପାକିସ୍ତାନ। ଦଳ ପକ୍ଷରୁ ପ୍ରି ମ୍ୟାଚ ପ୍ରେସ କନଫରେନ୍ସ ରଦ୍ଦ କରାଯାଇଛି। ଏହା ସହ ପାକିସ୍ତାନୀ ଟିମ୍ ନିଜର କ୍ୟାମ୍ପରେ ମୋଡିଭେଶନାଲ ସ୍ପିକର ଡ. ରାହିଲଙ୍କୁ ସାମିଲ୍ କରିଛି। ପାକିସ୍ତାନ ଟିମ୍ ଅଚାନକ ଏହି ପଦକ୍ଷେପ ଗ୍ରହଣ କରିଛି, ଯାହାକୁ ନେଇ କ୍ରିକେଟ୍ ପ୍ରେମୀ ଚକିତ।
Also read: ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ବାଂଲାଦେଶ, ସୁପର-୪ରେ ଶ୍ରୀଲଙ୍କାକୁ ଦେଲା ମାତ୍