ନୂଆଦିଲ୍ଲୀ: କୌଣସି ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗ ଛୁଇଁବା ଭାରତୀୟ ଦଣ୍ଡ ସଂହିତା(ଆଇପିସି) କିମ୍ବା ପୋକ୍ସୋ ଆଧାରରେ ଦୁଷ୍କର୍ମର ଅପରାଧ କୁହାଯାଇ ପାରିବ ନାହିଁ । ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଦେଇ ସ୍ପଷ୍ଟ କରିଛନ୍ତି ଯେ, ଏହି ଧରଣର କୃତ୍ୟ ପୋକ୍ସୋ ଆକ୍ଟ ଆଧାରରେ ଗମ୍ଭୀର ଯୌନ ଶୋଷଣ ଅପରାଧ ସହିତ ଆଇପିସିର ଧାର ୩୫୪ ଆଧାରରେ ମହିଳାଙ୍କ ଗାରିମାକୁ କ୍ଷୁର୍ଣ୍ଣ କରିବା ଅପରାଧରେ ବିବେଚନା କରାଯିବ ।
ଜଷ୍ଟିସ ଅହସାନମୁଦ୍ଦୀନ ଅମାନୁଲ୍ଲା ଓ ଜୟମାଲା ବାଗଚୀଙ୍କ ଖଣ୍ଡପୀଠ ଛତିଶଗଡ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଲକ୍ଷ୍ଣଣ ଜାଙ୍ଗଡେଙ୍କ ଅପିଲ୍ର ଶୁଣାଣି କରି ଏହି ନିଷ୍ପତ୍ତି ଦେଇଛନ୍ତି । ହାଇକୋର୍ଟ ଆବେଦନକାରୀ ଜାଙ୍ଗଡେଙ୍କୁ ଆଇପିସିର ଧାରା ୩୭୬ଏବି ଓ ପୋକ୍ସୋ ଆକ୍ଟର ଧାରା ୬ ଆଧାରରେ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ ।
ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି, ସମସ୍ତ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ବିଚାର କରିବା ପରେ ଆମେ ଏହି ନିଷ୍କର୍ସରେ ପହଞ୍ଚିଛୁ ଯେ ଆଇପିସିର ଧାରା ୩୭୬ ଏବି ଓ ପୋକ୍ସୋର ଧାରା ୬ ଆଧାରରେ ଦୋଷୀ ସାବ୍ୟସ୍ତ କରିବା ନିଷ୍ପତ୍ତିକୁ ଉଚିର୍ କୁହାଯାଇ ପାରିବ ନାହିଁ । କୋର୍ଟ ଏହା ମଧ୍ୟ କହିଛନ୍ତି, ଅଭିଯୁକ୍ତ ଯେଉଁ ହୀନ କାମ କରିଛନ୍ତି, ତାହା ସିଧାସଳଖ ଆଇପିସିର ଧାରା ୩୫୪ ଓ ପୋକ୍ସୋ ଆକ୍ଟର ଧାରା ୯(ଏମ) ଆଧାରରେ ମହିଳାଙ୍କ ଗାରିମାକୁ ଆଘାତ ଦେଇଛି । ତେଣୁ ଏହାକୁ ଗମ୍ଭୀର ଯୌନ ହମଲା କୁହାଯାଇ ପାରିବ । କିନ୍ତୁ ଏହାକୁ ଦୁଷ୍କର୍ମର ଅପରାଧ ବିବେଚନା କରାଯାଇ ପାରିବ ନାହିଁ ।
ତେଣୁ ସୁପ୍ରିମକୋର୍ଟ ଦୋଷୀ ଲକ୍ଷ୍ମଣ ଜାଙ୍ଗଡେଙ୍କ ୨୦ ବର୍ଷ ସଜାକୁ କମାଇ ଆଇପିସିର ଧାରା ୩୫୪ ଆଧାରରେ ୫ ବର୍ଷ ଏବଂ ପୋକ୍ସୋ ଆକ୍ଟର ଧାରା ୧୦ ଆଧାରରେ ୭ ବର୍ଷ କଠୋର ଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୋଷୀ ଉପରେ ୫୦ ହଜାର ଟଙ୍କାର ଜରିମାନାକୁ ବଳବତ୍ତର ରଖିଛନ୍ତି ।
Also read: ୧୬ ରାଜ୍ୟର ରେଭେନ୍ୟୁ ସରପ୍ଲସ, ସିଏଜି ରିପୋର୍ଟରୁ ଜାଣନ୍ତୁ ଓଡିଶାର ସ୍ଥିତି