ନୂଆଦିଲ୍ଲୀ: ନିୟନ୍ତ୍ରକ ଏବଂ ମହାଲେଖା ନିରୀକ୍ଷକ(ସିଏଜି) ରାଜ୍ୟଗୁଡିକର ଆର୍ଥିକ ସ୍ଥିତି ଉପରେ ପ୍ରଥମ ଥର ଦଶନ୍ଧିର ରିପେ।।ର୍ଟ ଜାରି କରିଛି । ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୬ ରାଜ୍ୟ ରାଜସ୍ୱ ବଳକା ଭାବେ ଉପଲବ୍ଧି ହାସଲ କରିଛନ୍ତି । ତାଲିକାରେ ସବୁଠୁ ଉପରେ ଉତ୍ତର ପ୍ରଦେଶ ଥିବା ବେଳେ ତୃତୀୟରେ ରହିଛି ଓଡିଶା ।
ଉତ୍ତର ପ୍ରଦେଶ ୩୭ ହଜାର କୋଟିର ରାଜସ୍ୱ ବଳକା ରହିଛି । ୟୁପି ପରେ ଗୁଜରାଟ(୧୯,୮୬୫ କୋଟି), ଓଡିଶା(୧୯,୪୫୬ କୋଟି), ଝାଡଖଣ୍ଡ(୧୩,୫୬୪ କୋଟି), କର୍ଣ୍ଣାଟକ(୧୩,୪୯୬ କୋଟି), ଛତିଶଗଡ(୮,୫୯୨ କୋଟି), ତେଲେଙ୍ଗାନା (୫,୯୪୪ କୋଟି), ଉତ୍ତରାଖଣ୍ଡ(୫,୩୧୦ କୋଟି), ମଧ୍ୟ ପ୍ରଦେଶ(୪,୦୯୧ କୋଟି) ଓ ଗୋଆ(୨,୩୯୯ କୋଟି)ର ସ୍ଥାନରେ ରହିଛି । ପୂର୍ବୋତରର ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଓ ସିକ୍କିମ ମଧ୍ୟ ଏହି ତାଲିକାରେ ସାମିଲ । ଏଥିରୁ ଅତି କମରେ ୧୦ ରାଜ୍ୟ ବିଜେପି ଶାସିତ ରହିଛି ।
୧୨ ରାଜ୍ୟ ରାଜସ୍ୱ ଘାଟା
ଋିପୋର୍ଟରୁ ଜଣା ପଡିଛି ଯେ, ୨୦୨୨-୨୩ରେ ୧୨ ରାଜ୍ୟ ରାଜସ୍ୱ ଘାଟା ଥିଲା । ଏଥିରେ ଆନ୍ଧ୍ର ପ୍ରଦେଶ(-୪୩,୪୮୮ କୋଟି ଟଙ୍କା), ତାମିଲନାଡୁ(- ୩୬,୨୧୫ କୋଟି ଟଙ୍କା), ରାଜସ୍ଥାନ(-୩୧,୪୯୧ କୋଟି), ପଶ୍ଚିମବଙ୍ଗ(-୨୭,୨୯୫ କୋଟି), ପଞ୍ଜାବ(-୨୬,୦୪୫ କୋଟି), ହରିୟାଣା(-୧୭,୨୧୨ କୋଟି), ଆସାମ(-୧୨,୦୭୨ କୋଟି), ବିହାର(-୧୧,୨୮୮ କୋଟି), ହିମାଚଳ ପ୍ରଦେଶ(-୬,୩୩୬ କୋଟି), କେରଳ(-୯,୨୨୬), ମହାରାଷ୍ଟ୍ର(-୧,୯୩୬) ଓ ମେଘାଳୟ(-୪୪ କୋଟି) ସାମିଲ ।
Also read: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ପୁଣି ଭିଜିବ ଓଡିଶା