ନୂଆଦିଲ୍ଲୀ: ଭାରତ ପକ୍ଷରୁ ଅପରେସନ ସିନ୍ଦୂରର ଦ୍ୱିତୀୟ କିମ୍ବା ତୃତୀୟ ପର୍ଯ୍ୟାୟ କେବେ ବି ଆରମ୍ଭ ହୋଇପାରେ । ଯଦି ପାକିସ୍ତାନ ଆତଙ୍କୀ ହମଲା କିମ୍ବା ଅନୁପ୍ରବେଶ କରିବାର ଦୁଃସାହାସ କରେ ତେବେ ଭାରତ ପୁନର୍ବାର ଅପରେସନ ସିନ୍ଦୂର ଆରମ୍ଭ କରିବାରେ କୌଣସି ସଙ୍କୋଚ କରିବ ନାହିଁ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୋରକ୍କୋରେ ଭାରତୀୟ ସମୁଦାୟର ଲୋକଙ୍କୁ ସମ୍ବୋଧିତ କରି ଏହି ଟିପ୍ପଣୀ କରିଛନ୍ତି ।
ସେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ନେଇ ମଧ୍ୟ ବଡ ବୟ।।ନ ଦେଇଛନ୍ତି । ରାଜନାଥ ସିଂ କହିଛନ୍ତି, ପିଓକେ ଗୋଟିଏ ଦିନ ଭାରତର ଅଂଶ ହେବ ଏବଂ ଏଥିପାଇଁ ଯୁଦ୍ଧର କୌଣସି ଆବଶ୍ୟକତା ନାହିଁ । ଯଦି ପ।।କିସ୍ତାନୀ ଆତଙ୍କବାଦୀ ପୁଣି ଥରେ କୌଣସି ହମଲା କରନ୍ତି, ତେବେ ଆମେ ପୁଣି ଥରେ ଅପରେସନ ସିନ୍ଦୂର ଆରମ୍ଭ କରି ଦେବୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।
ତେବେ ରାଜନାଥ ସିଂ ଏହା କହିବାକୁ ମନା କରିଛନ୍ତି ଯେ, ଅପରେସନ ସିନ୍ଦୂରରେ କେତେ ଆତଙ୍କୀ ନିହତ ହେଲେ । ସେ କହିଛନ୍ତି ଯଦି ଆମେ ସଂଖ୍ୟା କହିବୁ ତେବେ ଲୋକେ ଖୁସିରେ ନାଚି ଉଠିବେ । କିନ୍ତୁ ଏହା ଅବଶ୍ୟ ଗୋଟିଏ ଦିନ ଆସିବ ପିଓକେ ଭାରତର ଅଂଶ ହେବ । ଏଥିପାଇଁ ଆମକୁ ଯୁଦ୍ଧ ଲଢିବାର ଆବଶ୍ୟକ ନାହିଁ । ସେ କହିଛନ୍ତି ଆମର ପ୍ରସ୍ତୁତି ସ୍ତର ଏମିତି ରହିଛି, ପହଲଗାମ ଆତଙ୍କୀ ହମଲାର ଗୋଟିଏ ଦିନରେ ହିଁ ବୈଠକ କରାଯାଇଥିଲା ।
ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା, ପ୍ରତିରକ୍ଷା ସଚିବ, ତିନି ସେନାର ପ୍ରମୁଖ ଓ ଚିଫ ଅପ ଡିଫେନ୍ସ ଷ୍ଟାଫ ଉପସ୍ଥିତ ଥିଲେ । ଏହି ସମୟରେ ମୁଁ ପଚାରିଥିଲି ଯେ, ଯଦି ଏବେ ଯୁଦ୍ଧ ଆରମ୍ଭ ହୋଇଯାଏ ତେବେ କଣ ଆମେ ଏଥିପାଇଁ ପ୍ରସ୍ତୁତ । ଏହା ଉପରେ ତିନି ସେନାର ପ୍ରମୁଖ କହିଥିଲେ, ଆମେ ସଂପୂର୍ଣ୍ଣ ପ୍ରସ୍ତୁତ । କୌଣସି ବି ସମୟରେ ଆମ ପକ୍ଷରୁ ଲଢେଇ ଆରମ୍ଭ କରାଯାଇ ପାରିବ ।
Also read: ଉତ୍ତରପ୍ରଦେଶରେ ଜାତିଭିତ୍ତିକ ରାଲି ନିଷେଧ; ଏଫଆଇଆରରେ ମଧ୍ୟ ଉଲ୍ଲେଖ କରାଯିବନି ଜାତି