ଢେଙ୍କାନାଳ: ଗତ ୧୬ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ମହୁମାଛି ପାଳନ ପାଇଁ ଏକ ପାଞ୍ଚ ଦିନିଆ ତାଲିମ ଶିବିର କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୦ଜଣ ଚାଷୀ ଓ କୃଷିଜୀବି ମହିଳା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲାରେ ମହୁମାଛି ପାଳନ ଓ ମହୁ ଉତ୍ପାଦନର ବୃଦ୍ଧି କରିବା ଏବଂ ଏହି ଦିଗରେ ବ୍ୟବସାୟ କରିବା ନେଇ ଚାଷୀଙ୍କ ଦକ୍ଷତା ବିକାଶ କରିବା । ଏହି ପାଞ୍ଚ ଦିନିଆ ତାଲିମ ଶିବିରରେ ଅଂଶଗ୍ରହଣ କରିଥିବା ଚାଷୀଙ୍କୁ ମହୁମାଛି ଚି଼ହ୍ନଟ କରିବା ଠାରୁ ଆରମ୍ଭ କରି ମହୁମାଛି ପରିଚାଳନା କରିବା ଓ ମହୁ ଉତ୍ପାଦନ କରିବା ପର୍ଯ୍ୟନ୍ତ ସବିଶେଷ ତଥ୍ୟ ଦେବା ସହିତ ବୈଷୟିକ ଜ୍ଞାନ ପ୍ରଦାନ କରାଯାଇଥିଲା ।
ମହୁମାଛିଙ୍କୁ ବୈଜ୍ଞାନିକ ପ୍ରଣାଳୀରେ କିପରି ପାଳନ କରାଯିବ ସେନେଇ ପ୍ରଶିକ୍ଷଣ ଦିଆଯାଉଛି । ଯାହାଦ୍ୱାରା ଜଣେ ଚାଷୀ ସଠିକ ଭାବରେ ମହୁମାଛି ପାଳନ କରିପାରିବ ବୋଲି ଅଵସର ପ୍ରାପ୍ତ ପ୍ରାଧ୍ୟାପକ ତଥା ମହୁମାଛି ଗବେଷଣା ପ୍ରକଳ୍ପର ମୁଖ୍ୟ ଡଃ ରମାନାଥ ମହାପାତ୍ର କହିଛନ୍ତି ।
ମହୁମାଛି ପାଳନ ପାଇଁ ପାଞ୍ଚ ଦିନିଆ ତାଲିମ ଶିବିରରେ ଚାରି ଦିନ ପାଠ ପଢ଼ାଯାଇଥାଏ । ପଞ୍ଚମ ଦିନ ତାଲିମ ଶିବିରର ଚାଷୀମାନଙ୍କୁ ଯାହା ଉପରେ ତାଲିମ ଦିଆଯାଇଥଏ । ସେ ଫିଲଡକୁ ନେଇ ବୁଲାଯାଇ ବିଭିନ୍ନ କାର୍ଯ୍ୟ ଉପରେ ଅନୁଧ୍ୟାନ କରିବା ପାଇଁ କୁହାଯାଇଥାଏ ବୋଲି ଢେଙ୍କାନାଳର ରୋଗ ଓ ପୋକ ବିଶେଷଜ୍ଞ ସଂଘମିତ୍ରା ସାହୁ କହିଛନ୍ତି ।