କନ୍ଧମାଳ: ପୁଣି ବାଦଲ ଫଟା ବର୍ଷାରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ କଳିଙ୍ଗା ଘାଟି ରାସ୍ତା ଧୋଇଗଲା। ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପୂର୍ବରୁ ପ୍ରବଳ ବର୍ଷା କାରଣରୁ ବର୍ଷା ପାଣି ପାଇଁ କଳିଙ୍ଗା ଘାଟି ଧୋଇ ଯାଇଥିଲା । ଉକ୍ତ ଘାଟିର ମରାମତି ପାଇଁ ଲାଗି ପଡିଥିବା ପଥର, ବାଲି ଓ ଗୋଡ଼ି ଧୋଇଯାଇଥିବା ସୂଚନା ମିଳିଛି ।
ଯୁଦ୍ଧକାଳୀନ ଭିତ୍ତିରେ କଳିଙ୍ଗା ଘାଟି କାମ କରାଯାଉଥିଲେ ମଧ୍ୟ ବର୍ଷା ପୁନଃନିର୍ମାଣ କାର୍ଯ୍ୟରେ ବାଧକ ସାଜିଛି । ଭୂସ୍ଖଳନ ପରଠୁ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଲୋକମାନେ ନାନା ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ହୋଇଥିବା ଭୂସ୍ଖଳନ ସ୍ଥାନରେ ପ୍ରବଳ ବର୍ଷା କାରଣରୁ ପାହାଡ଼ରୁ ବଡ଼ ବଡ଼ ପଥର ମରାମତିରେ ବାଧକ ସାଜିଛି । ପୂର୍ବରୁ ପାହାଡ଼ରୁ ମାଟି ଅତଡ଼ା ଖସିବା ଫଳରେ ବିଜୟୱାଡ଼ା-ରାଞ୍ଚି ଜାତୀୟ ରାଜପଥରେ ଉପରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା ।